Latest Odisha News

BREAKING NEWS

କରୋନା ମୁକାବିଲା ନେଇ ଶିଳ୍ପଜଗତ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଆର୍ଥକ ଓ ଶିଳ୍ପ କ୍ଷେତ୍ର ଉପରେ ପଡିଥିବା ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପଜଗତର ପ୍ରତିନିଧିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର ୧୮ଟି ସହରର ପ୍ରମୁଖ ଶିଳ୍ପ ସଂଘ ସିଆଇଆଇ, ଫିକି, ଆସୋଚାମ୍ ସମେତ ବିଭିନ୍ନ ଆଂଚଳିକ ଶିଳ୍ପସଂଘର ପ୍ରତିନିଧି ଭାଗନେଇଥିଲେ ।

ସମଗ୍ର ଶିଳ୍ପଜଗତକୁ ଟେକ୍ନୋଲୋଜି ବ୍ୟବହାର କରି ଘରେ ରହି କାର୍ଯ୍ୟ କରିବାକୁ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେବା ସହିତ ମାନବୀୟ ଭାବନା ନେଇ କର୍ମଚାରୀଙ୍କ ଦରମା ନକାଟିବାକୁ ସେ ପରାମର୍ଶ ଦେଇଥିଲେ । ଅସଂଗଠିତ କ୍ଷେତ୍ର ପାଇଁ ସ୍ୱର ଉଠାଇଥିବାରୁ ସେ ଶିଳ୍ପଜଗତକୁ ଧନ୍ୟବାଦ ଜଣାଇଥିଲେ ।

ଏହି ଆଲୋଚନା ଭାଗନେଇଥିବା ଶିଳ୍ପଜଗତର ପ୍ରତିନିଧିମାନେ କରୋନା ସଂକ୍ରମଣର ମୁକାବିଲା ପାଇଁ ସେମାନେ ନେଇଥିବା ବିଭିନ୍ନ ପଦକ୍ଷେପ ଓ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

Leave A Reply

Your email address will not be published.