Latest Odisha News

BREAKING NEWS

ଭାରତର ଆଉ ଏକ ପଡୋଶୀ ଦେଶର ସରକାର ଭାଙ୍ଗିବ !

କଲମ୍ବୋ: ଶ୍ରୀଲଙ୍କାର ଆର୍ଥୀକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭାରତର ଏହି ପଡୋଶୀ ଦେଶର ସରକାର ଆଉ ମାତ୍ର ହାତଗଣତି ଦିନ ରହିବ ବୋଲି ଅନୁମାନ କରାଯାଉଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବୋଲି ଚର୍ଚ୍ଚା ଜୋର ଧରିଛି । ଶ୍ରୀଲଙ୍କା ମିଡିଆରେ ପ୍ରକାଶିତ ଖବର ଅନୁସାରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ଏ ସମ୍ପର୍କରେ ଭେଟିବେ । ସମସ୍ତ କ୍ୟାବିନେଟ ସହ ସେ ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଛି । ଦେଶରେ ବ୍ୟାପିଥିବା ଅସନ୍ତୋଷ ବାତାବରଣକୁ ଏହା ମାଧ୍ୟମରେ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ପାକିସ୍ତାନରେ ଆଜି ଅନାସ୍ଥ ପ୍ରସ୍ତାବ ଅଣାଯାଇ ନ ଥିଲେ ମଧ୍ୟ ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଅର୍ଥରେ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳ ପ୍ରାୟତଃ ଶେଷ ହୋଇଛି ।

Leave A Reply

Your email address will not be published.