ଦିଲ୍ଲୀ: ଜାତୀୟ ମାନବାଧିକାର କମିଶନରର ସ୍ଥାପନା ଦିବସ ଏହି ସମୟରେ ଆୟୋଜନ କରାଯାଉଛି ଯେଉଁ ସମୟରେ ଆମ ଦେଶ ନିଜ ଆଜାଦୀର ଅମୃତ ମହୋତ୍ସବ ମନଉଛି। ଭାରତ ପାଇଁ ମାନବ ଅଧିକାରର ପ୍ରେରଣା, ମାନବ ଅଧିକାରର ମୂଲ୍ୟର ବହୁତ ବଡ଼ ଶ୍ରୋତ ଆଜାଦୀ ପାଇଁ ଆନ୍ଦୋଳନ ଆମ ଇତିହାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ମାନବାଧିକାର କମିଶନର ୨୮ତମ ସ୍ଥାପନା ଦିବସ ଅବସରରେ ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ସମ୍ବୋଧନ କରିଛନ୍ତି।
ବହୁ ଦଶନ୍ଧି ଧରି ଆମେ ଅଧିକାର ପାଇଁ ସଂଘର୍ଷ କରିଛୁ। ଏକ ରାଷ୍ଟ୍ର ରୂପରେ, ସମାଜ ରୂପରେ, ଅନ୍ୟାୟ, ଅତ୍ୟାଚାର ପ୍ରତିବାଦ କରିଛୁ। ବିଶ୍ୱକୁ ଅଧିକାର, ଅହିଂସାର ମାର୍ଗ ଦେଖାଇଛି ଭାରତ। ଏହା ଆମ ସୌଭାଗ୍ୟ ଅମୃତ ମହୋତ୍ସବ ଜରିଆରେ ମହାତ୍ମା ଗାନ୍ଧିଙ୍କ ମୂଲ୍ୟ ଓ ଆଦର୍ଶକୁ ଜିଇଁବା ପାଇଁ ସଂକଳ୍ପ ନେଉଛୁ। ଭାରତ ମାନବ ଅଧିକାର ପ୍ରତି ସବୁବେଳେ ପ୍ରତିବଦ୍ଧ ଓ ସମ୍ବେଦନଶୀଳ ରହିଛି।
ଦେଶ ସବକା ସାଥ୍, ସମସ୍ତଙ୍କ ବିକାଶ, ସମସ୍ତଙ୍କ ବିଶ୍ୱାସ, ସମସ୍ତଙ୍କ ପ୍ରୟାସ ମୂଳମନ୍ତ୍ର ଦେଇ ଚାଲିଛି। ମାନବାଧିକାର ରକ୍ଷା ଦେଶବାସୀଙ୍କ ସର୍ବୋଚ୍ଚ କର୍ତ୍ତବ୍ୟ। ମାନବାଧିକାର ବିଚାର ଗରିବଙ୍କ ସମ୍ମାନ ସହିତ ନିବିଡ଼ଭାବେ ଯୋଡ଼ି ହୋଇ ରହିଛି।
ତିନି ତଲାକ୍ ବିରୋଧରେ ଆଇନ ପ୍ରଣୟନ କରି ଆମେ ମୁସଲିମ ମହିଳାଙ୍କୁ ନୂଆ ଅଧିକାର ପ୍ରଦାନ କରିଛୁ। କର୍ମଜୀବୀ ମହିଳାମାନଙ୍କ ପାଇଁ ଭାରତ ୨୬ସପ୍ତାହର ମାତୃତ୍ୱ ଅବକାଶ ସୁନିଶ୍ଚିତ କରିଛି। ଯାହା ବହୁ ବିକଶିତ ଦେଶ ସୁଦ୍ଧା ହାସଲ କରିପାରିନାହାନ୍ତି। ଏପରିସ୍ଥଳେ ମାନବିକ ଅଧିକାରର ମୌଳିକତାକୁ ଜାରି ରଖିବା ସମସ୍ତଙ୍କର ଦାୟିତ୍ୱ ତଥା କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
Comments are closed.