Latest Odisha News

BREAKING NEWS

ବିହାରରେ ଆଜି ମୋଦି ଓ ରାହୁଲଙ୍କ ମାରାଥନ୍ ରାଲି

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ବିହାରରେ ପ୍ରଚାର ସରଗରମ । ଆଜି ହାଇଭୋଲଟେଜ୍ କ୍ୟାମ୍ପେନ୍ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ।

ବିହାରରେ ଆଜି ମୋଦି ତିନିଟି ରାଲିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦରଭଙ୍ଗା, ମୁଜାଫରପୁର ଓ ପାଟନାରେ ଜନସଭାକୁ ସମ୍ବୋଧିତ କରିବେ । ଏନଡିଏ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ମୋଦି । ତାଙ୍କ ସହ ଷ୍ଟେଜରେ ଉପସ୍ଥିତ ରହିବେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ସେପଟେ କଂଗ୍ରେସ ଓ ମେଣ୍ଟ ପାଇଁ ଆଜି ପ୍ରଚାର କରିବେ ରାହୁଲ ଗାନ୍ଧି । ଦୁଇଟି ରାଲିକୁ ସମ୍ବୋଧିତ କରିବେ । ବାଲ୍ମିକୀନଗର ଓ କୁଶେଶ୍ୱରରେ ଭୋଟ୍ ମାଗିବେ ରାହୁଲ ଗାନ୍ଧି । ତାଙ୍କ ସହ ଆରଜେଡି ନେତା ତେଜସ୍ୱୀ ଯାଦବ ଉପସ୍ଥିତ ରହିବେ । ପୂର୍ବରୁ ଗତ ୨୩ ତାରିଖେ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧି ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଥିଲେ । ନଭେମ୍ବର ୩ ତାରିଖରେ ବିହାରରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ରହିଛି ।

Leave A Reply

Your email address will not be published.