Latest Odisha News

BREAKING NEWS

କୋଲକାତା ଅଗ୍ନିକାଣ୍ଡରେ ଶୋକ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କୋଲକାତା: କୋଲକାତାର ବଡ ବଜାର ଅଞ୍ଚଳର ଷ୍ଟ୍ରେଣ୍ଡ ରୋଡରେ ଥିବା ୧୨ ମହଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ସେହିପରି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦି । ଏଥିସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି କୋଲକାତାର ଷ୍ଟ୍ରେଣ୍ଡ ରୋଡ୍ ସ୍ଥିତ ନ୍ୟୁ କୋଇଲାଘାଟ ବିଲ୍ଡିଂର ୧୩ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଠି ଉଭୟ ଇଷ୍ଟର୍ଣ୍ଣ ରେଲୱେ ଓ ଦକ୍ଷିଣ ଇଷ୍ଟର୍ଣ୍ଣ ରେଲୱେ କାର‌୍ୟ୍ୟାଳୟ ରହିଛି।

ତେବେ ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁଥିରେ ଜଣେ ପୋଲିସ ଅଧିକାରୀ ରହିଛନ୍ତି।

ଅଧିକ ପଢନ୍ତୁ- କୋଲକାତାର ବଡ ବଜାର ଅଞ୍ଚଳରେ ଅଗ୍ନିକାଣ୍ଡ, ନିଆଁ ଲିଭାରେ ଲାଗିଛି ୮ ଦମକଳ ଗାଡ଼ି

Leave A Reply

Your email address will not be published.