ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ଅଛନ୍ତି କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତଥାପି ସରକାର ବିକଳ୍ପ ରାସ୍ତା ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ଆନ୍ଦୋଳନରୁ ଓହରିବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦ୍ୱାରା କରାଯାଇଥିବା ଅନୁରୋଧକୁ ଶୁଣିବାକୁ ନିବେଦନ କରିଛନ୍ତି । ସେ ଲେଖିଛନ୍ତି, ମନ୍ତ୍ରିମଣ୍ଡଳର ମୋର ଦୁଇ ସହଯୋଗୀ ନରେନ୍ଦ୍ର ସିଂ ତୋମାର ଓ ପୀୟୂଷ ଗୋୟଲ ନୂଆ କୃଷି ଆଇନ ଓ କୃଷକଙ୍କ ଦାବିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସେମାନଙ୍କ କଥା ଚାଷୀମାନେ ଶୁଣନ୍ତୁ ବୋଲି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।
मंत्रिमंडल के मेरे दो सहयोगी नरेंद्र सिंह तोमर जी और पीयूष गोयल जी ने नए कृषि कानूनों और किसानों की मांगों को लेकर विस्तार से बात की है। इसे जरूर सुनें-https://t.co/B9GwPf5i3K
— Narendra Modi (@narendramodi) December 11, 2020
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକମାନଙ୍କୁ ନିବେଦନ କରି ଆନ୍ଦୋଳନ ଶେଷ କରିବାକୁ କହିଛନ୍ତି । ଏହାସହ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କୃଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି । କୃଷକ ସଂଗଠନ ସହ ବାରମ୍ବାର ବୈଠକ ପରେ ବି ନିଷ୍ପର୍ଷ ବାହାରି ପାରୁନି ।
Comments are closed.