Latest Odisha News

BREAKING NEWS

‘ପିଏମ୍ କେୟାରସ୍’ ଫଣ୍ଡରେ ଦାନ କରିବାକୁ ମୋଦୀଙ୍କ ଅପିଲ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ‘ପିଏମ୍ କେୟାରସ୍’ ଫଣ୍ଡ ଗଠନ କଲେ କେନ୍ଦ୍ର ସରକାର । ଏହି ଫଣ୍ଡରେ ଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟଙ୍କୁ ନିବେଦନ କରିଛନ୍ତି ।

ଏଭଳି ଗମ୍ଭୀର ସ୍ଥିତିରେ ଭାରତର ବିଭିନ୍ନ ଲୋକ ଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରୁଛନ୍ତି । ସେମାନଙ୍କ ପାଇଁ ଏହି ‘ପିଏମ୍ କେୟାରସ’ ଫଣ୍ଡ ତିଆରି କରାଯାଇଛି । ପିଏମ୍ କେୟାରସ୍ ଫଣ୍ଡର ପୂରା ନାଁ ହେଉଛି ‘ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁ୍ଏସନ୍ସ ଫଣ୍ଡ’ ।
ଏହି ଫଣ୍ଡର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନିଜେ ରହିବେ । ଏହାସହିତ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ରହିବେ । ବିଭିନ୍ନ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସଂଗଠନମାନେ ଏହି ଫଣ୍ଡରେ ଦାନ କରିପାରିବେ । ଜରୁରୀକାଳିନ ସ୍ଥିତିର ମୁକାବିଲା ପାଇଁ ଏହି ସ୍ୱତନ୍ତ୍ର ଫଣ୍ଡ ତିଆରି କରାଯାଇଛି ।

Leave A Reply

Your email address will not be published.