Latest Odisha News

‘ରାଜସ୍ଥାନରେ କଂଗ୍ରେସ ହଟିବ, ଭ୍ରଷ୍ଟାଚାର ଦୂର ହେବ’

ଜୟପୁର: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜୋରସୋରେ ଚାଲିଛି ନିର୍ବାଚନୀ ପ୍ରଚାର । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭରତପୁରରେ ପହଞ୍ଚିଛନ୍ତି । ଏହି ସମୟରେ ବିଜୟ ସଙ୍କଳ୍ପ ସଭାକୁ ସମ୍ବୋଧିତ କରିବାବେଳେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି ।

BjdElectrycity

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିସେମ୍ବର ୩ ରେ ରାଜସ୍ଥାନର ବିଧାନସଭା ନିର୍ବାଚନରେ ଲୋକମାନେ କଂଗ୍ରେସ ଏବଂ ସିଏମ ଗେହଲଟଙ୍କୁ ସମ୍ପୂର୍ଣ୍ଣ ରୂପେ ସତ୍ତାରୁ ମୂଳପୋଛ କରିବେ । ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ସେ ନିଜର ସମସ୍ତ ସଂକଳ୍ପବଦ୍ଧତାକୁ ମଧ୍ୟ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାର ଗଠନ ପାଇଁ ରାଜସ୍ଥାନର ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହା ସହିତ ସିଏମ ଗେହଲଟଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, କିଛି ଲୋକ ନିଜକୁ ଯାଦୁଗର ବୋଲି କହୁଛନ୍ତି, କିନ୍ତୁ ରାଜ୍ୟବାସୀ କହୁଛନ୍ତି ଯେ ଡିସେମ୍ବର ୩ ତାରିଖରେ କଂଗ୍ରେସ ଏଠାରୁ ସମ୍ପୂର୍ଣ୍ଣ ରୂପେ ହଟିଯିବ । ଲୋକଙ୍କୁ ମଧ୍ୟ ରାଜ୍ୟରୁ ଦୁର୍ନୀତି ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ପ୍ରତିଶୃତି ଦେଇଛନ୍ତି ମୋଦି ।

ସେ କହିଛନ୍ତି ଯେ, ଏଠାରେ ମହିଳାମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି ହେବ, ବିଜେପି ଏଠାକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛି ତାହା ନିଶ୍ଚିତ ରୂପେ ପୂରଣ ହେବ, ଏହା ହେଉଛି ଆମର ଦୃଢ ପ୍ରତିଶୃତି ।

ପ୍ରଧାନମନ୍ତ୍ରୀ ମୋଦି ଅପରାଧ ପ୍ରସଙ୍ଗରେ ବର୍ତ୍ତମାନର ରାଜସ୍ଥାନ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଗୋଟିଏ ପଟେ ଭାରତ ବିଶ୍ୱରେ ଅଗ୍ରଗତି କରୁଥିବାବେଳେ ଅନ୍ୟପକ୍ଷରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଅପରାଧ, ଦଙ୍ଗା ଏବଂ ଦୁର୍ନୀତିରେ କଂଗ୍ରେସ ସରକାର ରାଜସ୍ଥାନକୁ ଆଗରେ ରଖିଛି । ରାମ ନବମୀ, ହୋଲି କିମ୍ବା ହନୁମାନ ଜୟନ୍ତୀ ହଉ, ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ କୌଣସି ପର୍ବ ପାଳନ କରିପାରୁନାହାନ୍ତି । ରାଜସ୍ଥାନରେ କେବଳ କର୍ଫ୍ୟୁ, ପଥର ଫିଙ୍ଗା ଏବଂ ଦଙ୍ଗା ଦେଖିବାକୁ ମିଳୁଛି ।

ଉପରେ ଆଟାକ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କଂଗ୍ରେସ ସରକାର ଯେଉଁଠାରେ ବି ରୁହେ, ଅପରାଧୀ, ଆତଙ୍କବାଦୀ ଏବଂ ଦଙ୍ଗାକାରୀମାନେ ଅନୈତିକ ହୋଇଯାଆନ୍ତି । ତୃଷ୍ଟିକରଣ ପାଇଁ କଂଗ୍ରେସ ଆପଣଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛାଇବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରାଜସ୍ଥାନକୁ ଦେଶର ଅଗ୍ରଣୀ ରାଜ୍ୟ କରିବା, ରାଜସ୍ଥାନରେ ହୋଇଥିବା ଦୁର୍ନୀତି ଉପରେ କଟକଣା ଲଗାଇବା, ମହିଳାଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି କରିବା ହେଉଛି ବିଜେପିର ସଂକଳ୍ପ । ରାଜସ୍ଥାନ ବିଜେପି ଦେଇଥିବା ପ୍ରତିଶ୍ରୁତି ସବୁ ପରିସ୍ଥିତିରେ ପୂରଣ ହେବ ।

Leave A Reply

Your email address will not be published.