Latest Odisha News

ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ବିଜୟରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଜେସିଣ୍ଡା ଲଗାତାର୍‌ ଭାବେ ଦ୍ୱିତୀୟ ଥର ପାଇଁ ନ୍ୟୁଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

ଜେସିଣ୍ଡାଙ୍କୁ ଅଭିନନ୍ଦନ ଜଣାଇ ମୋଦୀ କହିଛନ୍ତି, ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ କୁଟନୈତିକ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ଏହାସହିତ ଭାରତ-ନ୍ୟୁଜିଲ୍ୟାଣ୍ଡ ସମ୍ପର୍କକୁ ଏକ ଉଚ୍ଚ ସ୍ତରକୁ ଆଣିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଶା କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Leave A Reply

Your email address will not be published.