Latest Odisha News

BREAKING NEWS

ଓଜେଇଇ ୱେବସାଇଟରେ ଆଜିଠୁ ଆଡମିଟ୍ କାର୍ଡ ଉପଲବ୍ଧ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଲାଗି ଶୁକ୍ରବାର ଦିନ ଠାରୁ www.ojee.nic.in ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ଆଜି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଓଜେଇଇ ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ଓଜେଇଇ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଚଳିତ ବର୍ଷ ମେ’ ୧୨ ତାରିଖରୁ ପାଖାପାଖି ୮୬ଟି କେନ୍ଦ୍ରରେ ଉଭୟ ଅଫଲାଇନ୍ ଓ କମ୍ପ୍ୟୁଟର ଦ୍ୱାରା ପରୀକ୍ଷା ଅନୁଷ୍ଠିତ ହେବ ।

ଓଡିଶାରେ ମୋଟ୍ ୪୭ ହଜାର ଛାତ୍ରଛାତ୍ରୀ ସ୍ନାତକ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ଫାର୍ମାସି, ଏମବିଏ, ଏମସିଏ (ଲାଟେରାରୀ ଏଣ୍ଟ୍ରି), ଏମସିଏ, ଏମଟେକ୍, ଏମପ୍ଲାନ୍, ଏମଆର୍ଚ, ଏମଫାର୍ମା ଆଦି କୋର୍ସ ଲାଗି ପ୍ରବେଶିକା ପରୀକ୍ଷା ଦେବେ ।

Leave A Reply

Your email address will not be published.