Latest Odisha News

BREAKING NEWS

‘ଆପ୍‌’କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌) ହେଉଛି ୧୯୪୭ ପରଠାରୁ ଦେଶର ସବୁଠାରୁ ସଚ୍ଚୋଟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳକୁ “ଅନେଷ୍ଟି ସାର୍ଟିଫିକେଟ୍‌” ପ୍ରଦାନ କରିଛନ୍ତି। କେଜ୍ରିୱାଲ ଗୋଆରେ ପାର୍ଟି ପାଇଁ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି।

ଆସନ୍ତା ଫେବୃଆରୀ ୧୪ରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଆରେ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଭାରତର ସବୁଠାରୁ ସଚ୍ଚୋଟ ଦଳ ଭାବେ ‘ଆପ୍‌କୁ’ ପ୍ରଧାନମନ୍ତ୍ରୀ ‘ଅନେଷ୍ଟି ପ୍ରମାଣପତ୍ର’ ଦେଇଛନ୍ତି।

Comments are closed, but trackbacks and pingbacks are open.