Latest Odisha News

BREAKING NEWS

କେସ ହାରିଲେ ଟେନିସ ଷ୍ଟାର ଜୋକୋଭିଚ: ଭିଜା ବାତିଲ, ଅଷ୍ଟ୍ରେଲିଆନ ଓପନରୁ ଓହରିଲେ

ମେଲବୋର୍ଣ୍ଣ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଭିଜା ବାତିଲ ମାମଲାରେ କରିଥିବା ମୋକଦ୍ଦମା ହାରି ଯାଇଛନ୍ତି । ଅଷ୍ଟ୍ରେଲିଆନ ଓପନରୁ ଓହରିବା ସହ ଫେଡରାଲ କୋର୍ଟ ଜୋକୋଭିଚଙ୍କ ଉପରେ ୩ ବର୍ଷ ଅଷ୍ଟ୍ରେଲିଆ ପ୍ରବେଶ ଉପରେ କଟକଣା ଲଗାଇଛି । କରୋନା କଟକଣାକୁ ଉଲ୍ଲଂଘନ କରିବା ନେଇ ଜୋକୋଭିଚ ଫସିଥିଲେ । କରୋନା ଭ୍ୟାକ୍ସିନ ନ ନେବା ସହ ସେ ଯାତ୍ରା ବିବରଣୀ ଫର୍ମରେ ସେ ଭୁଲ ତଥ୍ୟ ଦେଇଥିଲେ ।

ମେଲବୋର୍ଣ୍ଣରେ ପଂହଚିବା ମାତ୍ରେ ତାଙ୍କୁ ଅଟକ ରଖା ଯାଇଥିଲା । ଏହା ପରେ ସେ ଏ ନେଇ କୋର୍ଟର ଆଶ୍ରୟ ନେଇଥିଲେ । ସେଥିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । କରୋନା ନେଇ ଅଷ୍ଟ୍ରେଲିଆ କଡା କଟକଣା ଜାରୀ କରାଯାଇଛି । ଏଥିରେ କୌଣସି ପ୍ରକାର ହାଲକା ମନୋଭାବ ପୋଷଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Comments are closed, but trackbacks and pingbacks are open.