ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ସରକାର ଗଢ଼ିବ ଟିଏମସି । ତୃଣମୂଳ କଂଗ୍ରେସର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିବ । ପଶ୍ଚିମବଙ୍ଗବାସୀଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ କେନ୍ଦ୍ର ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ କୋଭିଡ ମହାମାରୀ ମୁକାବିଲାରେ ପଶ୍ଚିମବଙ୍ଗ ସଫଳ ହେବ ବୋଲି ସେ କହିଛନ୍ତି ।
ବିଧାନସଭା ନିର୍ବାଚନର ଫଳାଫଳ ଓ ବିଜେପିର ପ୍ରଦର୍ଶନ ନେଇ ମୋଦି ସୂଚନା ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବ ନିର୍ବାଚନ ଅପେକ୍ଷା ଦଳ ଏଥର ଭଲ ପ୍ରଦର୍ଶନ କରିଛି । ବିଜେପି ପ୍ରତି ପଶ୍ଚିମବଙ୍ଗବାସୀଙ୍କ ସମର୍ଥନ ବଢ଼ିଥିବାରୁ ସେ ସମସ୍ତଙ୍କ ଧନ୍ୟବାଦ ଜଣାଇଛନ୍ତି । ତେବେ ଆଗାମୀ ଦିନରେ ବିଜେପି ତାର କାର୍ଯ୍ୟ ଜାରି ରଖିବ ବୋଲି କିହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଅନ୍ୟ ୪ ରାଜ୍ୟର ବିଜୟୀ ପ୍ରାର୍ଥୀ ଓ ଦଳକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୋଦି । କେରଳରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତାଙ୍କ ମେଣ୍ଟ ଏଲଡିଏଫକୁ ଶୁଭେଚ୍ଛା ଜଣାଇଛନ୍ତି ।
Comments are closed.