Latest Odisha News

କୋଭିଡରେ ମୃତ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ବଲାଙ୍ଗିର: କରୋନା ମହାମାରୀର କାୟା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ଅନେକ ଲୋକଙ୍କ ଜୀବନ ନେଉଛି । କେଉଁଠି ସଂକ୍ରମଣ ଭୟରେ ଲୋକ କରୋନା ସଂକ୍ରମିତଙ୍କ ଶବକୁ ଛୁଉଁନାହାଁନ୍ତି ତ ଆଉ କେଉଁଠି ସାଇକେଲରେ ନେବାକୁ ପଡ଼ୁଛି ମୃତଦେହ । ବଲାଙ୍ଗିର ସହରରେ ବି କରୋନାର ତାଣ୍ଡବ ଲାଗି ରହିଛି ।

ବଲାଙ୍ଗିର ସହରର ଶାନ୍ତି ପଡ଼ାରେ ରହୁଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ନବକିଶୋର ବାରିହାଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖ ପଡ଼ିଶା କିମ୍ବା ସମ୍ପର୍କୀୟ କେହି ଶବକୁ ଛୁଇଁବା ତ ଦୂରର କଥା ଆସିନଥିଲେ । ଫଳରେ ଅସହାୟ ହୋଇ ପଡ଼ିଥିଲେ ନବକିଶୋରଙ୍କ ଦୁଇ ଝିଅ ।

ଖବର ପାଇ ବଲାଙ୍ଗିର କିଛି ସ୍ୱେଚ୍ଛାସେବୀ ପ୍ରଶାସନ ଠାରୁ ଅନୁମତି ନେଇ ଆରଟିଓ ଅଫିସ ନିକଟ ଶ୍ମଶାନରେ ଶବ ସତ୍କାର କରିଛନ୍ତି । ସ୍ୱେଚ୍ଛାସେବୀଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.