Latest Odisha News

BREAKING NEWS

୨୦୧୯ ଠାରୁ ଏପର୍ଯ୍ୟନ୍ତ ୨୧ ଥର ବିଦେଶ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ, ଖର୍ଚ୍ଚ ହୋଇଛି ୨୨.୭୬ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଷ୍ଟ୍ରପତି ଓ ବୈଦେଶିକ ବ୍ୟାପାରମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ଦେଇଛନ୍ତି କେନ୍ଦ୍ର ସରକାର। ୨୦୧୯ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିରେ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗତକାଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ।

ଗୁରୁବାର ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ବିଦେଶ ଗସ୍ତର ଖର୍ଚ୍ଚ ନେଇ ପ୍ରଶ୍ନ କରାଯାଇଥିଲା।  ଓ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ଏଥିପାଇଁ ଲାଗିଥିବା ସରକାରୀ ଖର୍ଚ୍ଚକୁ ନେଇ ପ୍ରଶ୍ନ କରାଯାଇଥିଲା। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏହାର ଲିଖିତ ଉତ୍ତର ରଖିଥିଲେ। ୨୦୧୯ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଥର ବିଦେଶ ଯାତ୍ରା କରିଥିବା ବେଳେ ରାଷ୍ଟ୍ରପତି ୮ ଥର ବିଦେଶ ଯାତ୍ରା କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ମୋଦୀଙ୍କ ଗସ୍ତରେ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତରେ ମୋଟ ୬.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ୮୬ ଥର ବିଦେଶ ଗସ୍ତ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଲିଖିତ ଉତ୍ତର ମନ୍ତ୍ରୀ କହିଛନ୍ତି “ ୨୦୧୯ ଠାରୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତରେ ୬,୨୪,୩୧,୪୨୪ କୋଟି ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ୨୨,୭୬,୯୩୪ କୋଟି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗସ୍ତରେ ୨୦,୮୭,୦୧,୪୭୫ କୋଟି ଖର୍ଚ୍ଚ ହୋଇଛି।”

ପ୍ରଧାନ ମନ୍ତ୍ରୀଙ୍କର ୨୧ ଥର ବିଦେଶ ଯାତ୍ରା ମଧ୍ୟରେ ସେ ୩ ଥର ଜାପାନ,୨ଥର ଆମେରିକା ଓ ୨ ଥର ୟୁନାଇଟେଡ୍ ଆରବ ଏମିରାଟ୍‌କୁ ଗସ୍ତ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ରାଷ୍ଟ୍ରପତି ମୋଟ ୮ ଥର ବିଦେଶ ବିଦେଶ ଗସ୍ତ କରିଥିବା ବେଳେ ସେଥିମଧ୍ୟରୁ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକାକୀ ୭ ଥର ବିଦେଶ ଗସ୍ତ କରିଛନ୍ତି।

ଅନ୍ୟପଟେ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାତ୍ର ଥରେ ବିଦେଶ ଗସ୍ତ କରିଛନ୍ତି। ଶ୍ରୀମତି ମୁର୍ମୁ ଗତ ସେପ୍ଟେମ୍ବର ମାସରେ ବ୍ରିଟେନ ଗସ୍ତ କରିଥିଲେ ବୋଲି ଭି. ମୁରଲୀଧରନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.