Latest Odisha News

BREAKING NEWS

କିମ୍ବଦନ୍ତୀ ଫିଲ୍ମ ନିର୍ମାତା ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ

ହାଇଦ୍ରାବାଦ: କିମ୍ବଦନ୍ତୀ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ସ୍କ୍ରିନ୍‌ପ୍ଲେ ରାଇଟର ତଥା ଅଭିନେତା କାଶିନାଧୁନି ବିଶ୍ୱନାଥଙ୍କର ପରଲୋକ ହୋଇଛି। ଗତକାଲି ମଧ୍ୟ ରାତ୍ରୀରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ତାରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସେ ଅନେକ ସମୟରେ ରୋଗାକ୍ରାନ୍ତ ହେଉଥିଲେ।

ଦାଦା ସାହେବ ଫାଲ୍‌କା ପୁରସ୍କାର ବିଜେତା କେ.ବିଶ୍ୱାନାଥଙ୍କୁ ଲୋକେ କାଲାତପସ୍‌ବୀ ନାମରେ ଅଧିକ ଜାଣିଥିଲେ। ୧୯୩୦ ଫେବ୍ରୁଆରୀରେ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ କେ. ବିଶ୍ୱନାଥ। କେବଳ ତେଲଗୁ ସିନେମା ନୁହେଁ ହିନ୍ଦୀ, ତାମିଲ୍ ଆଦି ସିନେମାରେ ତାଙ୍କର ଅନେକ ନାଁ ରହିଛି। ସିନେମା ଜଗତରେ ତାଙ୍କ କୃତିତ୍ୱ ପାଇଁ ତାଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ୪୮ ତମ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ବିଶ୍ୱନାଥଙ୍କ ବିୟୋଗରେ ଭାରତ ସିନେଜଗତରେ ଦୁଃଖର ଛାୟା ଖେଳିଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାୱ ଦୁଃଖ ପ୍ରକାଶ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଶୋକବାର୍ତ୍ତା ପ୍ରକାଶ ପାଇଛି। ଏଥିରେ ଲେଖାଯାଇଛି “ବିଶ୍ୱନାଥ ଜଣେ ପାର୍ଶ୍ୱ ଅଭିନେତା ଭାବେ ସିନେମାରେ ଯାତ୍ରା ଆରମ୍ଭ କରିଥିଲେ ସେ ଅନେକ ପୁରସ୍କାର ବିଜେତା ଫିଲ୍ମ ଯଥା ଶଙ୍କରଭରମ, ସାଗର ସଂଗମ, ସ୍ୱାତୀ ମୁତ୍ୟମ, ସପ୍ତପଦୀ, କାମଚୋର, ସଂଯୋଗ ଏବଂ ଜାଗା ଉଠୋ ଇନ୍‌ସାନ ଆଦିର ନିର୍ଦ୍ଦେଶନା ଦେଇଛନ୍ତି।” ନିର୍ଦ୍ଦେଶନା ସହ ସେ ଅଭିନୟରେ ମଧ୍ୟ ସେ ତାଙ୍କ ଯାଦୁ ଦେଖାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ଦେଇଛନ୍ତି।

କେ. ବିଶ୍ୱନାଥଙ୍କୁ ୧୯୯୨ରେ ପଦ୍ମ ଶ୍ରୀ, ୫ ଜାତୀୟ ପୁରସ୍କା, ୨୦ ନନ୍ଦୀ ଆୱାର୍ଡ(ଅନ୍ଧ୍ରପ୍ରଦେସ ସରକାରଙ୍କ ଦ୍ୱାରା ପ୍ରଦତ୍ତ), ଲାଇପ୍‌ଟାଇମ୍, ଆଚିଭ୍‌ମେଣ୍ଟ ସହ ୧୦ଟି ଫିଲ୍ମ ପୁରସ୍କାର ମିଳିଛି। ୧୯୬୫ରୁ ଏପର୍ଯ୍ୟନ୍ତ ବିଶ୍ୱନାଥ ୫୦ ଟି ସିନେମା ତିଆରି କରିଛନ୍ତି। ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଖୁବ୍ ଜଣାଶୁଣା ବ୍ୟକ୍ତି ହୋଇଥିା ବେଳେ ତାମିଲ ଓ ହିନ୍ଦୀ ସିନେମାରେ ମଧ୍ୟ ତାଙ୍କର ପରିଚୟ ରହିଛି।

ଆତ୍ମ ଗୋୱାରଭମ ସିନେମାରୁ ସେ ଫିଲ୍ମ ନିର୍ଦ୍ଦେଶନା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ନିର୍ଦ୍ଦେଶିତ ସିନେମାରେ ଅକ୍କିନେନୀ ନାଗେଶ୍ୱର ରାଓ ହିରୋ ହୋଇଥିଲେ। ଏହି ଫିଲ୍ମଟି ବେଷ୍ଟ ଫିଚର ଫିଲ୍ମ ବର୍ଗରେ ଆନ୍ଧ୍ର ସରକାରଙ୍କର ନନ୍ଦୀ ଆୱାର୍ଡ ପାଇଥିଲା। ଏହାପର ଠାରୁ ସେ ଗୋଟିଏ ପରେ ଗୋଟିଏ ସଫଳ ସିନେମାର ନିର୍ଦ୍ଦେଶନା ଦେଇଥିଲେ। ସେଥିମଧ୍ୟରୁ ଚେଲ୍ଲେଲି କପୁରମ,  ସୀତା କଥା, ଜୀବନ ଜ୍ୟୋତୀ ଏବଂ ସାରଦା ଅନ୍ୟତମ। ନିର୍ଦ୍ଦେଶନା ସହ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ସ୍ୱରାଭିଶେକମ(ନିର୍ଦ୍ଦେଶନା ବି ଦେଇଥିଲେ), ପଣ୍ଡୁରଙ୍ଗାଡୁ, ନରସିହ୍ମା ନାଇଡୁ, ଲକ୍ଷ୍ମୀ ନରସିହ୍ମା, ଏବଂ ସୀମାସିହମ, କୁରୁଥିପୁନାଲ, କାକ୍କାଇ ସାରଗଲିନିଲାଏ ଏବଂ ବଗବତ ଅନ୍ୟତମ।

Leave A Reply

Your email address will not be published.