Latest Odisha News

BREAKING NEWS

ମୋଦୀଙ୍କ ମନ୍ତ୍ର: ଔଷଧ ନଆସିବା ଯାଏଁ, ଅବହେଳା କରିବାନି

ନୂଆଦିଲ୍ଲୀ: ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ମନ୍ତ୍ର । ଆଉ ଆଜି ବି ସମାନ କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଔଷଧ ନଆସିବା ଯାଏଁ ଅବହେଳା କରିବା ନାହିଁ । କରୋନାରୁ ବଂଚିବାକୁ ହେଲେ ଆମକୁ ୬ ଫୁଟର ଦୂରତା ଓ ସଫା ସ୍ୱଚ୍ଛତା ବଜାୟ ରଖିବା । ଆମ ବୈଜ୍ଞାନିକମାନେ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଶୀଘ୍ର ଟିକା ଆସିଯିବ ବୋଲି ମୋଦୀ କହିଛନ୍ତି ।

ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ବିହାର ଉପରେ ସ୍ୱତନ୍ତ୍ର ଫୋକସ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନ୍‌ଫରେନ୍ସିଂରେ ୭ଟି ଯୋଜନାର ଉଦ୍‌ଘାଟନ କରିଛନ୍ତି ମୋଦୀ । ଏଥିସହ ସେ କହିଛନ୍ତି, ଆତ୍ମ ନିର୍ଭର ବିହାର, ଆତ୍ମ ନିର୍ଭର ଭାରତକୁ ଅଧିକ ଗତିଶୀଳ କରିବ । ଅମୃତ ଯୋଜନାରେ ବିହାରର ଅନେକ ସହରର ବିକାଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.