Latest Odisha News

BREAKING NEWS

କରୋନା ଟିକା ଉତ୍ପାଦନରେ ଭାରତର ସହଯୋଗ ଲୋଡା: ବିଲ୍ ଗେଟ୍ସ

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ତିଆରି ନେଇ ଭାରତ ଉପରେ ଆଶା ରଖିଛନ୍ତି ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ୍ । ଆସନ୍ତା ବର୍ଷ ତ୍ରୈମାସିକ ବେଳକୁ ଅନେକ କରୋନା ଟିକା ଅନ୍ତିମ ପର୍ଯ୍ୟାୟରେ ଥିବ ବୋଲି ସେ କହିଛନ୍ତି ।

BjdElectrycity

ଗଣମାଧ୍ୟମ ରିପୋର୍ଟ ମୁତାବକ, ଭ୍ୟାକସିନ୍ ଉତ୍ପାଦନରେ ସାରା ଦେଶ ଭାରତ ଆଡକୁ ନଜର ରଖିଛି । ଭାରତରେ ବହୁ ପରିମାଣରେ କରୋନା ଟିକା ଉତ୍ପାଦନ ହେବ । ଯେଉଁଥିରୁ କିଛି ଭାଗ ବିକାଶଶୀଳ ଦେଶକୁ ମଧ୍ୟ ମିଳୁ ବୋଲି ସାରା ଦୁନିଆ ଭାରତ ଉପରେ ନଜର ରଖିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଦୁନିଆର ସବୁଠୁ ଅଧିକ ଭ୍ୟାକସିନ୍ ଉତ୍ପାଦକ ଦେଶ । ଏଭଳି ସମୟରେ କୋଭିଡ-୧୯ ଉତ୍ପାଦନରେ ଭାରତର ସହଯୋଗ ଲୋଡା । ସେ ଭ୍ୟାକସିନର ଭାରତରେ ଉତ୍ପାଦନକୁ ନେଇ ଆଲୋଚନା କରୁଛନ୍ତି ।

ଥରେ ମାତ୍ର ଯେ କୌଣସି କରୋନା ଟିକା ଆସିଗଲେ, ସେ ଭାରତରେ ଏହାର ଉତ୍ପାଦନ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.