Latest Odisha News

BREAKING NEWS

ହ୍ୱାଇଟ୍ ହାଉସରେ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ୱାଗତ

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହ୍ୱାଇଟ୍ ହାଉସରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ହ୍ୱାଇଟ୍ ହାଉସରେ ମୋଦିଙ୍କ ସ୍ୱାଗତ ବେଳେ ଜୋ ବାଇଡେନଙ୍କ ପତ୍ନୀଙ୍କ ସହ ଉପରାଷ୍ଟ୍ରପତି କମଲା ହାରିସ୍, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ୧୫ ବର୍ଷ ପରେ ଭାରତ ପାଇଁ ପୁଣି ଥରେ ରାଜକୀୟ ଯାତ୍ରା ଆୟୋଜନ କରିଛୁ । ମୁଁ ଯେତେବେଳେ ଉପରାଷ୍ଟ୍ରପତି ଥିଲି, ସେତେବେଳେ ମୋଦିଙ୍କ ସହ ବହୁତ ସମୟ ଅତିବାହିତ କରିଛି । ଆମେ ଦୁଇ ରାଷ୍ଟ୍ର ତିନୋଟି ଶବ୍ଦ ୱି ଦ ପିପୁଲରେ ଆବଦ୍ଧ ବୋଲି କହିଛନ୍ତି ଜୋ ବାଇଡେନ୍ ।

ଭାରତ ଓ ଆମେରିକା ପ୍ରତିଟି କ୍ଷେତ୍ରରେ ମିଳିତ ଭାବେ କାମ କରୁଛନ୍ତି । ଏସବୁ ଭାରତ, ଆମେରିକା ଓ ବିଶ୍ୱ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ଯାହା ବି ନିଷ୍ପତ୍ତି ନେବୁ ଏହା ଦ୍ୱାରା ଆଗାମୀ ପିଢ଼ି ପ୍ରଭାବିତ ହେବେ ବୋଲି ବାଇଡେନ୍ କହିଛନ୍ତି ।

ବାଇଡେନଙ୍କ ସ୍ୱାଗତ ଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ ପାଇଁ କୃତଜ୍ଞତା ଜଣାଇଛନ୍ତି । କହିଛନ୍ତି, ଆଜି ହ୍ୱାଇଟ୍ ହାଉସରେ ଭବ୍ୟ ସ୍ୱାଗତ ୧୪୦ କୋଟି ଭାରତୀୟଙ୍କୁ ସମ୍ମାନ । ସେ କହିଛନ୍ତି, ୩ ଦଶନ୍ଧି ତଳେ ମୁଁ ଆମେରିକା ଆସିଥିଲି, ହ୍ୱାଇଟ୍ ହାଉସକୁ ବାହାରୁ ଦେଖିଥିଲି । ମୁଁ ଅନେକ ଥର ଆମେରିକା ଆସିଛି, କିନ୍ତୁ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଭାରତୀୟଙ୍କ ଲାଗି ହ୍ୱାଇଟ୍ ହାଉସ୍ ଉନ୍ମୁକ୍ତ ହୋଇଛି ।

Leave A Reply

Your email address will not be published.