Latest Odisha News

BREAKING NEWS

ବିଜେଡି ନେତାଙ୍କୁ ଗୁଳିମାଡ଼ ଘଟଣା, ମାଷ୍ଟରମାଇଣ୍ଡ ସହ ଗ୍ୟାଙ୍ଗକୁ ଧରିଲା ପୋଲିସ

କାମାକ୍ଷାନଗର: ରଜରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ବିଜେଡି ନେତାଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଗୁଳିମାଡ଼ କରିଥିବା ଗ୍ୟାଙ୍ଗ ସହ ଢେଙ୍କାନାଳ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ହେଉଛି ସୁବାଷ ଖୁଣ୍ଟିଆ । ସୁବାଷର ୩ ସହଯୋଗୀ ଶୁଭ୍ରାଂଶୁ ନାଏକ, ଲିପନ ରାଉତ ଓ ଅନୀଲ କୁମାର ନାଏକକୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୪ଟି ଗୁଳି,୪ଟି ମୋବାଇଲ ଫୋନ ଜବତ କରାଯାଇଛି । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅପରାଧିକ କାର୍ଯ୍ୟ ଏବଂ ଚାନ୍ଦା ଆଦାୟରେ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଥିବା ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ଆଜି ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଥିଲା ।

ଗତ ୧୪ ତାରିଖରେ ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼ ହୋଇଥିଲା । ଗତବର୍ଷ ଅକ୍ଟୋବରରେ କାହ୍ନୁଙ୍କ ଗାଡ଼ି ଉପରକୁ ବୋମାମାଡ଼ ଏବଂ ଡିସେମ୍ବର ମାସରେ ଢେଙ୍କାନାଳ ପୂର୍ତ୍ତ ବଙ୍ଗଳା ସାମ୍ନାରେ ଗୁଳିମାଡ଼ କରି ଅପହରଣ ଉଦ୍ୟମ ଆଦିରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଏସପି ସୂଚନା ଦେଇଛନ୍ତି ।

ଅଞ୍ଚଳରେ ଥିବା ବଡ଼ ବଡ଼ ଠିକାଦାର ଓ ସମ୍ଭ୍ରାନ୍ତଶାଳୀ ଲୋକଙ୍କ ଠାରୁ ବାର୍ଷିକ କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲା ଏହି ଗ୍ୟାଙ୍ଗ । ଗ୍ୟାଙ୍ଗରେ ପ୍ରାୟ ୨୫ ଜଣ ରହିଥିବା ଜଣାପଡ଼ିଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି କହିଛନ୍ତି ଏସପି ଜ୍ଞାନରଞ୍ଜନ ମହାପାତ୍ର ।

Leave A Reply

Your email address will not be published.