ନୂଆଦିଲ୍ଲୀ: ଅନେକ ଦିନ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗାନ୍ଧିନଗରରେ ମାଆ ହୀରାବେନଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀନଗର ତାଙ୍କ ଘରେ ପହଞ୍ଚିଥିଲେ । ମା’ଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ଆଶୀର୍ବାଦ ନେଇଥିଲେ । ପ୍ରଧାନମନ୍ତ୍ରୀ ମା’ ହୀରାବେନଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଫଟୋ ଏବେ ସାମ୍ନାକୁ ଆସିଛି ।
ଡିସେମ୍ବର ୫ ରେ ଗୁଜରାଟ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ । ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ଭୋଟ୍ ଦେବେ । ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ ପାଇଁ ସୋମବାର କେନ୍ଦ୍ରୀୟ ଗୁଜୁରାଟ ଏବଂ ଉତ୍ତର ଗୁଜୁରାଟରେ ଭୋଟ୍ ଦିଆଯିବ । କେନ୍ଦ୍ରୀୟ ଏବଂ ଉତ୍ତର ଗୁଜୁରାଟର ୧୪ ଟି ଜିଲ୍ଲାର ୯୩ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହିତ ଅମିତ ଶାହା ଓ ବହୁ ବଡ ନେତା ଏହି ପର୍ୟ୍ୟାୟରେ ଭୋଟ୍ ଦେବେ ।
ଦ୍ୱିତୀୟ ପର୍ୟ୍ୟାୟରେ ୧୪ଟି ଜିଲ୍ଲାର ୯୩ ଟି ଆସନ ପାଇଁ ମୋଟ ହେବ । ୮୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମୈଦାନରେ ଅଛନ୍ତି ୬୯ ଜଣ ମହିଳା ପ୍ରାର୍ଥୀ । ସେଠାରେ ୭୬୪ ପୁରୁଷ ପ୍ରାର୍ଥୀ ଅଛନ୍ତି ।
Comments are closed.