Latest Odisha News

BREAKING NEWS

ମନ୍ କି ବାତ୍‌ରେ ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତରେ ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନ୍‌ରେ ପଟ୍ଟଚିତ୍ର କରିଥିବାରୁ ତାରିଫ କରିଛନ୍ତି ।  ପ୍ରଧାନମନ୍ତ୍ରୀ କହିଥିଲେ ଯଦିଓ ଭାଗ୍ୟଶ୍ରୀ ଇଞ୍ଜିନିୟରିଂ ଛାତ୍ରୀ, କିନ୍ତୁ ଗତ କିଛି ମାସ ଭିତରେ ସେ ପଟ୍ଟଚିତ୍ର କଳା ଶିଖିଛନ୍ତି । ଏଥିରେ ସଫଳତା ବି ପାଇଛନ୍ତି । କଲେଜ ଯିବା ବାଟରୁ ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନ୍ ସଂଗ୍ରହ କରି ସେଗୁଡ଼ିକୁ ପଟ୍ଟଚିତ୍ର ଶୈଳୀରେ ରଙ୍ଗ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଲକଡାଉନ୍ ବେଳେ ଅନେକ ପଟ୍ଟଚିତ୍ର କରି ସାଙ୍ଗମାନଙ୍କୁ ଉପହାର ଦେଇଛନ୍ତି ଭାଗ୍ୟଶ୍ରୀ । ସେହିପରି ସେତେବେଳେ ସେ ବୋତଲକୁ ବି ବିଭିନ୍ନ ପ୍ରକାର ରଙ୍ଗରେ ଚିତ୍ର କରିଥିଲେ । ବର୍ତ୍ତମାନ ସେସବୁ କଳା ଉପରେ ଭାଗ୍ୟଶ୍ରୀ ଏକ କର୍ମଶାଳ ବି କରିଛନ୍ତି ।

କିଛି ଦିନ ତଳେ ନେତାଜୀ ଜୟନ୍ତୀରେ ପଟ୍ଟଚିତ୍ରରେ ସୁଭାଷ ବୋଷଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଭାଗ୍ୟଶ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.