Latest Odisha News

ଅବିସ୍ମରଣୀୟ ମୁହୂର୍ତ୍ତ: ଲୋକମାନ୍ୟ ତିଳକ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଲୋକମାନ୍ୟ ତିଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ମୋଦୀ ଏହାକୁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଶରଦ ପାୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋଦୀଙ୍କୁ ତିଳକ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ସେ କହିଛନ୍ତି ମୁଁ ୧୪୦ ଲକ୍ଷ ଦେଶବାସୀଙ୍କୁ ଲୋକମାନ୍ୟ ତିଳକ ପୁରସ୍କାର ଉତ୍ସର୍ଗ କରୁଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ପୁରସ୍କାର ସହିତ ମିଳିଥିବା ରାଶି ନମାମି ଗଙ୍ଗେ ପ୍ରକଳ୍ପକୁ ଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିର ଦିନ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ମୁଁ ଏଠାକୁ ଆସିବା ପରେ ଯେତିକି ଉତ୍ସାହିତ, ସେତିକି ଭାବପ୍ରବଣ ଅଟେ। କିଛି ସମୟ ପୂର୍ବରୁ ମୁଁ ମନ୍ଦିରରେ ଗଣପତି ଜୀଙ୍କର ଆଶୀର୍ବାଦ ମଧ୍ୟ ନେଇଥିଲି। ଏହା ହେଉଛି ଛତ୍ରପତି ଶିବାଜୀଙ୍କ ଭୂମି। ଲୋକମାନ୍ୟ ତିଳକ ପୁରସ୍କାର ପାଇବା ଏକ ଗୌରବର ବିଷୟ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଭାରତର ସ୍ୱାଧୀନତା କ୍ଷେତ୍ରରେ ଲୋକମଣି ତିଳକର ଭୂମିକା, ଅବଦାନକୁ କିଛି ଘଟଣା ଏବଂ ଶବ୍ଦରେ ସଂକ୍ଷିପ୍ତ କରାଯାଇପାରିବ ନାହିଁ। ବ୍ରିଟିଶ ଯୁଗରେ ଇଂରେଜମାନେ ଭାବୁଥିଲେ ଯେ ଭାରତର ଆସ୍ଥା, ସଂସ୍କୃତି, ମାନ୍ୟତା ଏସବୁ ପଛୁଆବର୍ଗର ପ୍ରତୀକ। କିନ୍ତୁ ତିଳକଜୀ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଥିଲେ।

Leave A Reply

Your email address will not be published.