Latest Odisha News

ପୁଣି ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ; ବଜ୍ରପାତରେ ଚାଲିଗଲା ମତ୍ସଜୀବୀଙ୍କ ଜୀବନ

ପୁରୀ: ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ ।  ପେଟପାଟଣା ପାଇଁ ପୁଣି ବାଜି ପଡିଲା  ଜୀବନ । ମାଛ ଧରିବା ପାଇଁ  ଗତକାଲି ଚିଲିକାକୁ ଯାଇ ବାପ-ପୁଅ ଜୀବନ ହାରିଥିଲେ । ବଜ୍ରପାତରେ ଚାଲି ଯାଇଥିଲା ଦୁଇ ଜୀବନ । ଆଜି ପୁଣି ଜଣେ ମତ୍ସ୍ୟଜୀବୀଙ୍କର ବଜ୍ରପାତରେ  ମୃତ୍ୟୁ ଘଟିଛି । ଏହି ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

BjdElectrycity

ଟାଙ୍ଗୀ ଥାନା ପାଟପୁର ବଡବାହାଣିଆରେ ୫୨ ବର୍ଷୀୟ ମାଗା ବେହେରା  । ମାଛ ଧରିବା ପାଇଁ ଆଜି ସକାଳୁ ସକାଳୁ ଚିଲିକାକୁ ବାହାରି ଯାଇଥିଲେ । ବର୍ଷା ସତ୍ତ୍ୱେ ମାଗା ଓ ୪ ଜଣ ଜାଲ ଓ ଡଙ୍ଗା ଧରି ଚିଲିକା ମଝିକୁ ଯାଇଥିଲେ । ମାଛ ଧରିବା  ସମୟରେ ହୋଇଥିଲା ବଜ୍ରପାତ । ଫଳରେ ସେହିଠାରେ ଟଳି ପଡିଥିଲେ ମାଗା । ତେବେ ଅନ୍ୟ  ୪ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନାଥାଉ କି, ଖୋର୍ଦ୍ଧା ଜିଲ୍ଲା ବାଲିଗୁଡ଼ାର ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ରବିବାର ରାତିରେ ମାଛ ଧରିବାକୁ ଚିଲିକାକୁ ଯାଇଥିଲେ ।  ସୋମବାର ବାଲୁଗାଁ ନିକଟ ଚିଲିକାକୁ ଲାଗି ରହିଥିବା ପାହାଡ଼ରୁ ଉଭୟଙ୍କ ମୃତଦେହ ମିଳିଥିଲା ।

ରବିବାର ରାତିରେ ବାପପୁଅ ମାଛ ଧରି ନ ଫେରିବାରୁ ପରିବାର ଲୋକେ  ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ  ରାତିରେ ଖୋଜାଖୋଜି ପରେ ନ ପାଇବାରୁ ସ୍ଥାନୀୟ ବାସିନ୍ଦା ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।   କାଳିଯୁଗେଶ୍ୱର ପାହାଡ଼ ନିକଟରୁ ଉଭୟଙ୍କ ମରଶୀରର ମିଳିଥିଲା ।

Leave A Reply

Your email address will not be published.