Latest Odisha News

BREAKING NEWS

ରାହୁଲଙ୍କ ‘ମେଡ ଇନ୍‌ ଚାଇନା’ ବୟାନକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ: କହିଲେ, କେଉଁ ଦୁନିଆରେ ରହିଛ ମୁର୍ଖଙ୍କ ସର୍ଦ୍ଦାର…

ଭୋପାଳ: ନଭେମ୍ବର ୧୭ ତାରିଖରେ ହେବ ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ହେବ ମତଦାନ । ବିଜେପି-କଂଗ୍ରେସର ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ଦୁଇ ଜାତୀୟ ଦଳ ନିଜର ସବୁ ଦମ ଲଗାଇ ଦେଇଛନ୍ତି ଜନତାଙ୍କ ସମର୍ଥନ ହାସଲ କରିବା ପାଇଁ । ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟପ୍ରଦେଶରେ ନିଜର ପଲା ମଜବୁତ କରିବା ପାଇଁ ଲାଗି ପଡିଛନ୍ତି ।  ଏପଟେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ଶେଷଜନସଭାରେ ଲାଗି ପଡିଛନ୍ତି ।

ନିର୍ବାଚନୀ ପ୍ରଚାର ଅବସରରେ ଦୁଇଦଳ ପରସ୍ପର ପ୍ରତି ଆରୋପ-ପ୍ରତ୍ୟାରୋପ ଜାରି ରଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈତୁଲରେ ଏକ ଜନସଭାକୁ ସମ୍ବୋଧିତ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ନାଁ ନ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହଲଙ୍କ ମେଡ ଇନ ଚାଇନା ଫୋନ ବୟାନ ଉପରେ ମତ ରଖି କହିଛନ୍ତି, ଗତକାଲି କଂଗ୍ରେସର ଜଣେ ମହାଜ୍ଞାନୀ କହୁଥିଲେ, ଭାରତର ସବୁ ଲୋକଙ୍କ ପାଖରେ ମେଡ ଇନ ଚାଇନା ଫୋନ ରହିଛି । ମୁର୍ଖଙ୍କ ସର୍ଦ୍ଦାର ବୋଲି ସମ୍ବୋଧନ କରି ସେ କହିଛନ୍ତି, କଂଗ୍ରେସ ନେତାଙ୍କୁ ନିଜ ଦେଶର ଉପଲବ୍ଧିକୁ ନଜର ଅନ୍ଦାଜ କରିଦେବା ଏକ ମାନସିକ ରୋଗ ହୋଇଗଲାଣି । ପ୍ରକୃତରେ ସତ କଥା ହେଉଛି, ଭାରତ ଏବେ ବିଶ୍ୱର ୨ୟ ବୃହତ ମୋବାଇଲ ନିର୍ମାତା ହୋଇଗଲାଣି ।

ମୋଦି ଆହୁରି କହିଛନ୍ତି, କେନ୍ଦ୍ରରେ ଯେତେବଳେ କଂଗ୍ରେସ ସରକାର ଥିଲା ଭାରତରେ ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କାର ମୋବାଇଲ ଫୋନ ତିଆରି କରୁଥିଲେ । ହେଲେ ଏବେ ଭାରତ ସାଢେ ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ମୋବାଇଲ ତିଆରି କରୁଛି । ଆଜି ପୁରା ଦେଶ ଲୋକାଲ ଫର ଭୋକାଲ ହୋଇଗଲାଣି ।

କଂଗ୍ରେସକୁ ଟର୍ଗେଟ କରି ସେ କହିଛନ୍ତି, ଯେଉଁଠି ଯେଉଁଠ କଂଗ୍ରେସ ଆସିଛି ସେଠାରେ ବିକାଶ ନୁହେଁ କେବଳ ବିନାଶ ହିଁ ହୋଇଛି । କଂଗ୍ରେସର ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ହାତ ମଧ୍ୟପ୍ରଦେଶର ଟ୍ରେଜେରୀରେ ଲଗାଇ ନ ଦେବାପାଇଁ ସେ ମହିଳା, ଯୁବବର୍ଗଙ୍କୁ ଅନୁରୋଧ କରିବା ସହ ଜନତାଙ୍କୁ ମଧ୍ୟପ୍ରଦେଶରେ ଡବଲ ଇଞ୍ଜିନ ଆଣିବା ପାଇଁ କହିଛନ୍ତି ।

Leave A Reply

Your email address will not be published.