Latest Odisha News

BREAKING NEWS

ଅସୁସ୍ଥ ହାତୀ ଶାବକକୁ ଜଗି ରହିଛନ୍ତି ହାତୀ ପଲ, ଚିକିତ୍ସା ପାଇଁ ଉପୁଜୁଛି ବାଧା

କେନ୍ଦୁଝର: ମଣିଷ ହେଉ କି ପଶୁ, ପକ୍ଷୀ । ସନ୍ତାନ ପାଇଁ ବ୍ୟାକୁଳତା ସବୁ ମା’ ମନରେ ଥାଏ । ସନ୍ତାନ ଦେହରେ ଟିକିଏ ଆଘାତ ଲାଗିଲେ କାନ୍ଦି ଉଠେ ମା’ ମନ । ନିମିଷେ ବି ସନ୍ତାନକୁ ଛାଡି ଯାଏ ନାହିଁ ମା’ । ତ’ହେଲେ ଏହି ମା ହାତୀଟି ଯାଇଥାନ୍ତା ବା କିପରି । ଆଜ୍ଞା ହଁ  କେନ୍ଦୁଝର ବନ ବିଭାଗ ଅଧୀନ ମୈଦାନକଲେ ଜଙ୍ଗଲରୁ ଆସିଛି ଏଭଳି ଏକ ହୃଦୟସ୍ପର୍ଶୀ ଚିତ୍ର । ୬ ମାସର ହାତୀ ଶାବକ ଗୋଡ଼ରେ ଆଘାତ ଲାଗିଥିବାରୁ ତାକୁ ଜଗି ବସିଛନ୍ତି ପୁରା ହାତୀ ପଲ । ଭୟରେ ଚିକିତ୍ସା ପାଇଁ ବନବିଭାଗକୁ ବି ପାଖ ମଡେଇ ଦଉନାହାନ୍ତି ଏହି ହାତୀ ପଲ । ସେପଟେ ହାତୀ ପଲଙ୍କୁ ଘଉଡାଇ କିପରି ହାତୀ ଶାବକର ଚିକିତ୍ସା କରାଯିବ ସେଥିପାଇଁ ତତ୍ପର ବନ କର୍ମଚାରୀ ।

ସୂଚନା ଅନୁସାରେ,  କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମଇଦାନକେଲ ଜଙ୍ଗଲରେ ଏକ ବାର ଟିକିଆ ହାତୀ ପଲ ଏକ ୬ ମାସର ହାତୀ ଶାବକକୁ ଜଗି ବସିଛନ୍ତି । ଛୁଆ ହାତୀର ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଠିକ୍‌ ଭାବେ ଚାଲି ପାରୁନି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଛୁଆ ହାତୀଟି । ସେପଟେ ହତୀ ପଲଙ୍କୁ ଦେଖି ଭୟଭୀତ ଗାଁ ଲୋକ । ତୁରନ୍ତ ଏନେଇ ବନବିଭାଗକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ କର୍ମଚାରୀ । ପରେ ସମ୍ପୁର୍ଣ୍ଣ ଘଟଣା ଜଣାପଡିବା ପରେ ହତୀ ଛୁଆର ଚିକିତ୍ସା ପାଇଁ ଉଦ୍ୟମ ଚଳାଇଛି ବନ ବିଭାଗ ।

କିନ୍ତୁ ହାତୀ ପଲ ଛୁଆକୁ ଛାଡି ଯାଉନଥିବାରୁ ବନ ବିଭାଗ ଟିମ୍ ହାତୀର ଚିକିତ୍ସା କରିପାରୁନାହାଁନ୍ତି । ହାତୀ ଛୁଆ ଉପରେ ନଜର ରଖିବାକୁ ଥର୍ମାଲ ଡ୍ରୋନର ସାହାଯ୍ୟ ନେଇଛି ବନ ବିଭାଗ । ହାତୀର ଚିକିତ୍ସା ପାଇଁ ଭେଟନାରୀ ବିଭାଗର ପଶୁ ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି । ଆଜି ସକାଳୁ ହାତୀ ପଲଟି ମଇଦାନକେଲ ଜଙ୍ଗଲ ଛାଡ଼ି ବାସୁଦେବପୁର ଜଙ୍ଗଲକୁ ପଳାଇ ଯାଇଛନ୍ତି । ତାଙ୍କ ପଛେ ପଛେ ପୁରା ଚିକିତ୍ସା ଟିମ୍ ରହିଛି । ଏପଟେ ଖବର ପାଇ ବନ ବିଭାଗକୁ ସାହାଯ୍ୟକରିବାକୁ ଗ୍ରାମବାସୀ ଜଙ୍ଗଲରେ ପଶିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ

 

 

 

Leave A Reply

Your email address will not be published.