Latest Odisha News

BREAKING NEWS

ରଣଜୀ ଟ୍ରଫି: ପରାଗଙ୍କ ବିସ୍ଫୋରକ ଶତକ, ପନ୍ତଙ୍କ ରେକର୍ଡ ଭାଙ୍ଗି ପାରିଲେନି

ନୂଆଦିଲ୍ଲୀ : ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଆସାମ ବ୍ୟାଟ୍ସମ୍ୟାନ ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରିଛନ୍ତି । ସେ ଅଳ୍ପକେ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଛତିଶଗଡ ବିପକ୍ଷ ମ୍ୟାଚରେ ପରାଗ ସେ ୫୬ ବଲରେ ଶତକ ହାସଲ କରିଛନ୍ତି । ପରାଗ ୮୭ ବଲରେ ୧୫୫ ରନ ସଂଗ୍ରହ କରିଥିଲେ । ସେ ତାଙ୍କ ଇନିଂସରେ ୧୨ ଛକା ଓ ୧୧ ଚୌକା ମାରିଥିଲେ । ତେବେ ବିସ୍ଫୋରକ ଶତକ ସତ୍ୱେ ଛତିଶଗଡ ଏହି ମ୍ୟାଚକୁ ୧୦ ୱିକେଟରେ ଜିତି ନେଇଛି । ପ୍ରଥମ ଇନିଂସରେ ଛତିଶଗଡ ୩୨୭ ରନ କରିଥିଲେ ଜବାବରେ ଆସାମ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଆସାମ ଦ୍ୱିତୀୟ ଇନିଂସରେ ୨୫୪ ରନ କରିଥିଲା । ଛତିଶଗଡ ୮୭ ରନର ଲକ୍ଷ୍ୟକୁ କୌଣସି ୱିକେଟ ନ ହରାଇ ହାସଲ କରି ନେଇଥିଲା ।

ରଣଜୀ ଟ୍ରଫିରେ ଏବେ ବି ଦ୍ରୁତ ଶତକ ରିଷଭ ପନ୍ତଙ୍କ ନାମରେ ରହିଛି । ଦିଲ୍ଲୀ ପକ୍ଷରୁ ଖେଳୁଥିବା ପନ୍ତ ୨୦୧୬ରେ ଝାଡଖଣ୍ଡ ବିପକ୍ଷରେ ୪୮ ବଲରେ ଶତକ ମାରିଥିଲେ । ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶର ନମନ ଓଝା ରହିଛନ୍ତି । ସେ ୬୯ ବଲରେ ଶତକ ହାସଲ କରିଥିଲେ ।

Leave A Reply

Your email address will not be published.