Latest Odisha News

BREAKING NEWS

ମେ’ ୧ରୁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳା ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ।

ଏସମ୍ପର୍କରେ ରାଜନଗର ବନପ୍ରାଣୀ ଡିଭିଜନର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ଏଭଳି ପ୍ରତିବନ୍ଧକ ଲଗାଯାଇଛି । ଏଥିସହିତ କୁମ୍ଭୀରମାନେ ଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ସନ୍ଧାନରେ ରହିଥାନ୍ତି । ଏହି ସମୟରେ ସେମାନେ କୌଣସି ପ୍ରକାର ବାଧାର ସମ୍ମୁଖୀନ ନହେବା ପାଇଁ ଏଭଳି କରାଯାଇଛି ।

ଏହି ସମୟରେ କୁମ୍ଭୀରମାନେ ଅଣ୍ଡାକୁ ସୁରକ୍ଷା ଦେବାକୁ ଯାଇଁ ଅତ୍ୟଧିକ ହିଂସ୍ର ହୋଇଯାଇଥାନ୍ତି । ଆହୁରି ମଧ୍ୟ କୁମ୍ଭୀରମାନେ ହିଂସ୍ର ହୋଇ ଯେକୌଣସି ସମୟରେ ବାହ୍ୟଶତ୍ରୁ କିମ୍ବା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ଭିତରକନିକାରେ ପର୍ଯ୍ୟଟକଙ୍କ ପରିଭ୍ରମଣକୁ ନିଷିଦ୍ଧ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.