Latest Odisha News

BREAKING NEWS

ଲଗାତାର ସପ୍ତମ ଥର ଲାଲକିଲ୍ଲାରୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏଥର ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି ।

କରୋନା ମହାମାରୀ, ସୀମାରେ ଚୀନ ସହ ଟେନସନ୍ ଓ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଉପରେ କହି ପାରନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ । କରୋନା ସଂକଟ କାଳରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ପଦକ୍ଷେପ ନେଇଛନ୍ତି ସରକାର ।

ସେହିପରି ଅଗଷ୍ଟ ୫ରେ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ପରେ ଲାଲକିଲ୍ଲାରେ ୭୪ତମ ସ୍ୱାଧୀନତା ଦିବସରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ତାଉପରେ କିଛି କହିପାରନ୍ତି ।

ଲାଲକିଲ୍ଲାର ଦୃଶ୍ୟ ଦେଖନ୍ତୁ

Leave A Reply

Your email address will not be published.