Latest Odisha News

ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଦେଶ ସ୍ୱାଧୀନତାକୁ ଆଜି ପୂରିଛି ୭୪ ବର୍ଷ । ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ, କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଚଳିତବର୍ଷ କରୋନା ଯୋଗୁ କଟକଣା ଭିତରେ ପାଳନ କରାଯାଇଛି ସ୍ୱାଧୀନତା ଦିବସ । କିନ୍ତୁ ଦେଶବାସୀଙ୍କ ମଧ୍ୟରେ ଭାରତମାତା ପ୍ରତି ମମତା ଅତୁଟ ରହିଛି । କମିନି ଉତ୍ସାହ ଓ ଉଦ୍ଦୀପନା ।

ଦୀର୍ଘ ଦୁଇ ଶହ ବର୍ଷ ଧରି ଭାରତକୁ ଇଂରେଜମାନେ ଶାସନ କରିଥିଲେ । ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତା ପାଇଁ ନିଜ ପ୍ରାଣବଳୀ ଦେଇଥିବା ସଂଗ୍ରାମୀ ଓ ବରପୁତ୍ରଙ୍କୁ ଆଜିର ଦିନରେ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ ।

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଅଧିକ ଲୋକଙ୍କ ସମାଗମ ଉପରେ ରୋକ ଲଗାଇବା ପାଇଁ ସାର୍ବଜନୀନ ପାସ୍ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି । ଦୁଇ ହଜାର ଭିତରେ ଆସିବେ ଅତିଥି । ମାସ୍କ ଓ ସାମାଜିକ ଦୂରତାକୁ ଦିଆଯାଉଛି ଗୁରୁତ୍ୱ ।

Leave A Reply

Your email address will not be published.