Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ   

ତା୧୫-୮-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୫ ରିଖ ଶନିବାର କର୍କଟ ୩୧ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-:କନ୍ୟା ରାଶି ପୁରୁଷ ଓ ବିଛା କୁମ୍ଭ ରାଶି ମହିଳାଙ୍କର
ଆଜି: ଶିମ୍ବ ଖାଇବା ନିଷେଧ
ଆଜି-ଅଜ ଏକାଦଶୀ, ସ୍ୱାଧୀନତା ଦିବସ

ମେଷ
ଆଜି ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମତଭେଦର ପରିସ୍ଥିତି ସୃଷ୍ଟି କରିବ। ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। ସାମ୍ବାଦିକତା, ଗବେଷଣା, ରପ୍ତାନୀ ବାଣିଜ୍ୟ, ଜମିଜମା ତଥା ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ମିଳିବ ।

ବୃଷ
ଯେକୈାଣସି ପରିସ୍ଥିତିରେ ଆପଣ ବୁଦ୍ଧିବଳ ଖଟାଇ କାମ ହାସଲ କରିପାରିବେ। କୈାଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଧୀରମନ୍ଥର ଗତିରେ କାମ କରିବାକୁ ବାଧ୍ୟ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସି ହୋଇଯିବ।

ମିଥୁନ
ଯେ କୈାଣସି କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ। ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କ୍ରୀଡା, ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ। ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ।

କର୍କଟ
ପାରିବାରିକ ସମସ୍ୟାର ସମାଧାନ କରିବେ । କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ଆମଦାନୀ ଓ ପରିବହନରେ ସମସ୍ୟା ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ସମସ୍ୟାର ସମାଧନ କରିବା ସହ ଅଭିଳାଷକୁ ପୂରଣ କରିପାରିବେ।

ସିଂହ
ବାରମ୍ବାର ଚେଷ୍ଟକରି ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ । ଶୁଭଖବର ପାଇ ଖୁସି ହେବେ। ପରିବାରରେ ସୁସମ୍ପର୍କ ଦେଦେଖା ଦେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ । ସନ୍ତାନଙ୍କ ଆଚରଣ ମାନସିକ ଅଶାନ୍ତିର କାରଣ ହୋଇପାରେ ।

କନ୍ୟା
କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତି ହିଁ ସମସ୍ୟାକୁ ବଢାଇ ଦେଇପାରେ। ପାରିବାରିକ ଜୀବନ ସୁଖମୟ ହେବ । ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ଅନୁକମ୍ପାରୁ ସାମାଜିକ ସ୍ତରରେ ସୁଖ୍ୟାତି ଅର୍ଜନ କରିବେ । ଆଇନ ଅଦାଲତ, ପ୍ରକାଶନ ଓ ପ୍ରଶାସନ, ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।

ତୁଳା
ଅଯଥା ଚିନ୍ତା କରି ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ବହୁତ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ । ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ । ମହିଳାମାନେ ପ୍ରଶଂସନୀୟ ହେବେ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ ।

ବିଛା
ଆଜି ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଅଗ୍ରଗତି କରିବେ ସାହିତ୍ୟ,ସାମ୍ବାଦିକତା, ପ୍ରଶାସନ, ରାଜନୀତି,କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।

ଧନୁ
ବହୁ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ମହିଳାମାନେ ପରିବାରରେ ପ୍ରଶଂସନୀୟ ହେବେ । ନିଜ ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି କିନ୍ତୁ ଅସୁବିଧା ହେବନାହିଁ ।

ମକର
ସାଧାରଣ କଥାକୁ ନେଇ ବାଦବିବାଦ ଦେଖା ଦେବ । ତର୍କବିତର୍କ ଜନିତ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ଆପଣଙ୍କ କାର୍ଯ୍ୟକଳାପରେ ବନ୍ଧୁ ଅସନ୍ତୁଷ୍ଟ ହୋଇ ଦୂରେଇ ରହିବାର ଅନୁଭବ କରିପାରନ୍ତି। ଅତି ନିକଟତମ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ମହିଳାମାନେ ଚିନ୍ତିତ ହେବେ ।

କୁମ୍ଭ
ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।

ମୀନ
ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ,ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ସଫଳତା ମିଳିବ । କୈାଣସି ଜଣେ ବ୍ୟକ୍ତି ଆପଣଙ୍କୁ ସମାଲୋଚନା ବା ଅସୁବିଧାରେ ପକାଇ ଦେଇ ପାରେ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Leave A Reply

Your email address will not be published.