Latest Odisha News

ଆସନ୍ତୁ ଜାଣିବା କିଏ କରିବେ ୩୬ ଘଂଟାରେ ୫୦୦୦ କିଲୋମିଟିର ଯାତ୍ରା ଆଉ ୪ ରାଜ୍ୟରେ ନିର୍ବାଚନୀ ସଭା

ନୂଆଦିଲ୍ଲୀ: ଆଗାମୀ ୩୬ ଘଂଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦୦ କିଲୋମିଟର ଯାତ୍ରା କରିବେ । ଏହି ଅବସରରେ ସେ ୪ଟି ରାଜ୍ୟରେ ଅନେକଗୁଡିଏ ନିର୍ବାଚନୀ ସଭାରେ ଯୋଗ ଦେବେ । ବିଶ୍ୱାସ ନ ହେଲେ ବି ସତ । ବୋଧହୁଏ ଏଥିପାଇଁ ବିଜେପି ସଫଳତାର ଫର୍ଦ୍ଦ ଯୋଡି ଚାଲିଛି । ଗୁରୁବାର ସକାଳୁ ସେ ନୂଆଦିଲ୍ଲୀରୁ ଆସାମର ଗୌହାଟୀରେ ପଂହଚିଥିଲେ । ଏହା ପରେ ତାମିଲନାଡୁ ଗସ୍ତ । ସେଠାରେ ମୀନାକ୍ଷୀ ମନ୍ଦିର ଦର୍ଶନ କରିବା ପରେ ବିଶ୍ରାମ ନେବେ ।

ଶୁକ୍ରବାର ସକାଳୁ ତାମିଲନାଡୁ ଓ କେରଳରେ କରିବେ ୪ ରାଲୀ । ଏହା ମଧ୍ୟରେ ସେ ୨ଥର ଯିବା ଆସିବା ରହିଛି । ଏହା ପରେ ପଶ୍ଚିବଙ୍ଗ ଏବଂ ଆସାମ ଗସ୍ତ ମଧ୍ୟ ରହିଛି । ମୋଦିଙ୍କ ଏହି କଠିନ ପରିଶ୍ରମ ସମ୍ପର୍କରେ ବିଜେପି ମିଡିଆ ସେଲ ସଂଯୋଜକ ଅନୀଲ ବଲୁନୀ ସୂଚନା ଦେଇଛନ୍ତି ।

Comments are closed.