Latest Odisha News

BREAKING NEWS

ଆଜି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ୟୁକ୍ରେନ, ନେପାଳ, ଇସ୍ରାଏଲ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ମଲାୱି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରିପୋର୍ଟ ଅନୁଯାୟୀ ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ମଧ୍ୟ ଭେଟିବେ ବ‌ୋଲି ଜଣାପଡ଼ିଛି।

COP26 ସମ୍ମିଳନୀରେ ଯୋଗଦେବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସ୍ଗୋରେ ପହଞ୍ଚିଛନ୍ତି। ଏଠାରେ ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫ୍‌ତ‌ାଲି ବେନେଟଙ୍କ ସହ ଏକ ବୈଠକରେ କହିଛନ୍ତି ଯେ ଭାରତର ଲୋକମାନେ ଇସ୍ରାଏଲ ସହ ବନ୍ଧୁତାକୁ ଗଭୀର ଭାବରେ ଗୁରୁତ୍ୱ ଦିଅନ୍ତି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ପାଇଁ ସେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ କହିଛନ୍ତି।

Comments are closed.