Latest Odisha News

ବାତ୍ୟା ଅଂଚଳରେ ପହଂଚିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା: ବାତ୍ୟା ୟାସ୍ ପରେ କେନ୍ଦ୍ରାପଡାରେ ପହଂଚିଥିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା । ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରିଥିଲେ ।

ଆଜି କେନ୍ଦ୍ରାପଡା ପରିଦର୍ଶନ କରିଥିବା ବୈଜୟନ୍ତ ପଣ୍ଡା ବାତ୍ୟା ପରବର୍ତ୍ତି ସ୍ଥିତି ବୁଝିବା ସହ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ତା’ ସହ ବାତ୍ୟାରେ ନିରାଶ୍ରୟ ହୋଇପଡିଥିବା ଲୋକଙ୍କର ଥଇଥାନ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.