Latest Odisha News

ଆସନ୍ତା ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାରେ ଆୟୋଜିତ ‘ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବେ।

ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ୧୫ରୁ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ। ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବାକୁ ଭୁବନେଶ୍ବର ଆସିଥିଲେ।

Comments are closed.