Latest Odisha News

BREAKING NEWS

ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ପଲ୍ଲୀଠୁ ଦିଲ୍ଲୀ ସବୁଠୁ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତାର ସେହି ବିଶେଷ ମୁହୂର୍ତ୍ତକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପଜାତା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତିକିବେଳେ ଲାଲକିଲ୍ଲା ଆକାଶରୁ ପୃଷ୍ପବୃଷ୍ଟି ହୋଇଥିଲା ।

କରୋନା କଟକଣା ଭିତରେ ପାଳନ କରାଯାଉଛି ୭୫ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲୀରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶକୁ ସ୍ୱାଧୀନତା ଆଣିଦେବାରେ ବଳିଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଛନ୍ତି ।

କରୋନା କାଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ସେବାକୁ ଭୂୟଶୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେମାନଙ୍କର ଅବିରତ ସେବା କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇ ପାରିଛି ।
ସେହିପରି ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳି ଓ ପଦ ଜିତି ଦେଶକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେମାନଙ୍କ ପାଇଁ ତାଳି ବଜାଇଥିଲେ । ପଦକ ବିଜେଡା ଅଲିମ୍ପିଆନ୍ ସେଠାରେ ଉପସ୍ଥିତ ଅଛନ୍ତି ।

ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପରେ ମତ ରଖିଥିଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଦେଶ ବିଭାଜନରେ ନିର୍ୟାତନା ଓ ଅତ୍ୟାଚାର ସହିଥିବା ଲୋକଙ୍କ ପାଇଁ ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ । ଏହା ସେମାନଙ୍କ ପାଇଁ ଏକ ସମ୍ମାନ ହେବ ।
ଟିକାକରଣ ଉପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରା ଦେଶ ଏକାଠି କରୋନା ସହ ଲଢ଼ିଛି । ଏହା ଭାରତର ଶକ୍ତି । ଆଜି ଭ୍ୟାକସିନ୍ ପାଇଁ ଭାରତ ବାହାର ଦେଶ ଉପରେ ନିର୍ଭର କରୁ ନାହିଁ । ଆଜି ସୁଦ୍ଧା ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପୋଲିସ ଟିକା ପାଇଁ ଭାରତକୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । କିନ୍ତୁ ଆମ ଦେଶର ବୈଜ୍ଞାନିକ ଇତିହାସ ରଚିଛନ୍ତି । ଆତ୍ମନିର୍ଭର ଭାରତରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ବଡ଼ ମନ୍ତ୍ର ହୋଇଛି ।

Leave A Reply

Your email address will not be published.