Latest Odisha News

ବେଙ୍ଗଲରେ ଦୋଷୀ କେବେ ଆତ୍ମସମର୍ପଣ କରିବ ତାହା ପୋଲିସ ନୁହେଁ ବରଂ ଅପରାଧୀ ନିଷ୍ପତ୍ତି ନିଅନ୍ତି: ମୋଦୀ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ପଶ୍ଚିମବଙ୍ଗକୁ ୧୫ ହଜାର କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦୀ । ଏହି ସମୟରେ ସେ କୃଷ୍ଣନଗରରେ ଏକ ରୋଡ୍ ସୋ ମଧ୍ୟ କରିଥିଲେ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ମୋଦୀ ତୃଣମୁଳ କଂଗ୍ରେସର ନେତୃତ୍ଵରେ ଥିବା ମମତା ବାନାର୍ଜୀ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମମତା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ଟିଏମସି ମା, ଭଉଣୀମାନଙ୍କୁ ଅପମାନିତ କରିଛି। ସନ୍ଦେଶଖାଲିର ଭଉଣୀମାନେ ନ୍ୟାୟ ପାଇଁ ନିବେଦନ କରିଥିଲେ କିନ୍ତୁ ଟିଏମସି ସରକାର ସେମାନଙ୍କ କୌଣସି କଥା ମଧ୍ୟ ଶୁଣିନଥିଲେ । ବେଙ୍ଗଲରେ ପୋଲିସ ନୁହେଁ ବରଂ ଅପରାଧୀମାନେ ନିଷ୍ପତ୍ତି ନିଅନ୍ତି ଯେ କେବେ ସେମାନଙ୍କୁ ଗିରଫ କରାଯିବ ଏବଂ କେବେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ । କିନ୍ତୁ ଯେତେବେଳେ ବଙ୍ଗଳାର ମହିଳା ଶକ୍ତି ଦୁର୍ଗା ରୂପରେ ରାଜରାସ୍ତାକୁ ଓହ୍ଲାଇଲେ ସେତେବେଳେ ବାଧ୍ୟ ହୋଇ ସରକାର ସେମାନଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ଥିଲେ ।

ମୋଦୀ କହିଛନ୍ତି, “ଟିଏମସିକୁ ବାରମ୍ବାର ଜନାଦେଶ ଦିଆଯାଇଥିଲା କିନ୍ତୁ ଏହା ଅତ୍ୟାଚାରର ପର୍ଯ୍ୟାୟ ହୋଇଗଲା । ସେ ବିକାଶ ନୁହେଁ ବରଂ ଅହିଂସା ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି । ଟିଏମସି ବଙ୍ଗଳାର ଲୋକଙ୍କୁ ଗରିବ ରଖିବାକୁ ଚାହୁଁଛି ଯାହା ଦ୍ଵାରା ତାଙ୍କର ରାଜନୀତି ଏବଂ ଖେଳ ଏହିପରି ଭାବେ ଜାରି ରହିବ। ପଶ୍ଚିମବଙ୍ଗରେ ଖୋଲିବ ପ୍ରଥମ AIIMS। ଆଉ ଏଇଟା ମୋଦୀର ଗ୍ୟାରେଣ୍ଟି ।  କିଛି ଦିନ ପୂର୍ବରୁ ନଦିଆ ଜିଲ୍ଲାରେ AIIMS ଉଦ୍ଘାଟିତ ହୋଇଥିଲା। ପଶ୍ଚିମବଙ୍ଗ ସରକାର AIIMS ନିର୍ମାଣ ହେଉ ତାହା ଚାହାଁନ୍ତି ନାହିଁ । ଏପରିକି ଟିଏମସି ସରକାର କେନ୍ଦ୍ର ଯୋଜନା ଗୁଡିକ ମଧ୍ୟ ଲାଗୁ କରୁନାହାଁନ୍ତି । ବଙ୍ଗଳାର ଉନ୍ନତି ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ”

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଭିତ୍ତିଭୂମି ଦୃଷ୍ଟିକୋଣରୁ ରେଳବାଇ ପଶ୍ଚିମବଙ୍ଗର ଗୌରବମୟ ଇତିହାସର ଏକ ଅଂଶ ହୋଇସାରିଛି, କିନ୍ତୁ ବେଙ୍ଗଲ ଯେଉଁ ଐତିହାସିକ ଆକ୍ଷା ପାଇଥିଲେ, ସ୍ୱାଧୀନତା ପରେ ଏହାକୁ ସଠିକ୍ ଭାବେ ଆଗକୁ ନେଇପାରିନଥିଲା । ଏହି କାରଣରୁ ସମସ୍ତ ସମ୍ଭାବନା ସତ୍ତ୍ୱେ ମଧ୍ୟ ବଙ୍ଗଳା ପଛରେ ରହିଆସିଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ଏହି ରେଳ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଇଛୁ।”

Leave A Reply

Your email address will not be published.