Latest Odisha News

BREAKING NEWS

ନୈଶ ଭୋଜନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ’ଣ ପରଷିବେ ବାଇଡେନ ?

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାବେଳେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି । ଏହି ହାଇ ପ୍ରୋଫାଇଲ ଯାତ୍ରା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା  ଜିଲ ବାଇଡେନଙ୍କ ଦ୍ୱାରା ରାତ୍ରିଭୋଜନ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ହ୍ୱାଇଟ ହାଉସରେ ଭବ୍ୟ ରାତ୍ରି ଭୋଜନର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଶାକାହାରୀ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତ କରାଯାଇଛି ।

BjdElectrycity

ପିଟିଆଇ ସୂତ୍ରୁରୁ ମିଳିଥିବା ଖବର ଅନୁଯାୟୀ, ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ବୁଧବାର କହିଛନ୍ତି, ପିଏମ ମୋଦିଙ୍କ ପସନ୍ଦ ସେ ଜାଣନ୍ତି । ତେଣୁ ଶାକାହାରୀ ବ୍ୟଞ୍ଜନ ବିଶେଷଜ୍ଞ ଶେଫ ନୀନା କର୍ଟିସଙ୍କୁ ଏକ ପ୍ରଭାବଶାଳୀ ଶାକାହାରୀ ମେନୁ ଡିଜାଇନ କରିବା ପାଇଁ ଆମନ୍ତ୍ରିତ କରାଯାଇଛି ।

ଷ୍ଟେଟ ଡିନରର ଆରମ୍ଭ ହେବ ମେରିନେଟେଡ ବାଜରା, ଗ୍ରିଲଡ କର୍ଣ୍ଣ, ସାଲାଡ, ତରଭୁଜ ଏବଂ ସ୍ପାଇସ ସସରୁ । ମେନ କୋର୍ସରେ ରହିବ ମଲାଇଦାର କେସର ଯୁକ୍ତ ରିସୋଟ୍ଟୋ ସହ ମସରୁମ । ଷ୍ଟେଟ ଡିନର ସମୟରେ ଅତିଥିଙ୍କ ପାଇଁ ମୁଖ୍ୟ ଭୋଜନରେ ମାଛ ବି ରହିବ । ଏହା ବ୍ୟତୀତ କୁରକୁରେ, ବାଜରା କେକ, ସ୍କ୍ୱାସ ବି ରହିବ । ମିଠରେ ରହିବ ଗୁଲାବ ଏବଂ ଅଳେଇଚ ଯୁକ୍ତ ଷ୍ଟ୍ରବେରୀ ଶର୍ଟକେକ । ସେହିପରି ୱାଇନରେ ରହିବ Tower Chardonnay Christie’s 2021, Patel red Wine, Domaine Carneros Brut Rosé  ରହିବ । ଏହି ରାତ୍ରି ଭୋଜନରେ ୪୦୦ରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି ।ଏହି ଡିନର ହ୍ୱାଇଟ ହାଉସର ସାଉଥ ଲନକୁ ଏକ ବିଶେଷ ରୂପରେ ସଜା ଯାଇଛି ।

Leave A Reply

Your email address will not be published.