ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ଟି କମ୍ପାନୀ ସହ ଆଲୋଚନା କରିବେ । ଭର୍ଚ୍ଚୁଆଲ ମିଟିଂରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ’ ଓ ଡକ୍ଟର ରେଡ୍ଡି ଫାର୍ମା ପ୍ରତିନିଧି ଯୋଗଦେବେ ।
ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ଜାଇଡସ କାଡିଲା, ଭାରତ ବାୟୋଟେକ ଓ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଗସ୍ତ କରି ଟିକା ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଥିଲେ। ବୈଜ୍ଞାନିକମାନଙ୍କ ସହ ଟିକାର ପ୍ରସ୍ତୁତି ଓ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଟିକାର ପ୍ରତ୍ୟେକ ପର୍ୟ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବଦରେ ପ୍ରଧାନମନ୍ତ୍ରୀ ଟିକିନିଖି ତଥ୍ୟ ଜାଣିବାକୁ ଚାହିଁଥିଲେ ।
Comments are closed.