Latest Odisha News

BREAKING NEWS

କୃଷି ଆଇନକୁ ବିରୋଧ: ରାଜ୍ୟ କଂଗ୍ରେସର ବିରାଟ ଶୋଭାଯାତ୍ରା, ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ । ରାଜ୍ୟ କଂଗ୍ରେସର ରାଜଭବନକୁ ଯାତ୍ରା । ଭୁବନେଶ୍ୱରେ କଂଗ୍ରେସ ପକ୍ଷରୁ କୃଷି ଆଇନ୍ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ, ପ୍ରଦୀପ ମାଝୀଙ୍କ ସମେତ ବହୁ କଂଗ୍ରେସ ନେତା ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି ।

ଦଳ ପକ୍ଷରୁ ଏନେଇ ବିରାଟ ଶୋଭାଯାତ୍ରା କରାଯାଇଛି । କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ଦେବାକୁ ଚେଷ୍ଟା କରାଯାଇଥିଲା । ତେବେ ରାଜ୍ୟପାଳଙ୍କ ସାକ୍ଷାତ ଲାଗି ରାଜଭବନ ପକ୍ଷରୁ ଅନୁମତି ନମିଳିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଇନ୍ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.