ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଶନିବାର ପଶ୍ଚିମବଙ୍ଗର ତାହେରପୁର ହେଲିପ୍ୟାଡରେ ଅବତରଣ କରିବାରେ ବିଫଳ ହୋଇଛି।
ଅଧିକାରୀଙ୍କ ଅନୁଯାୟୀ, ଘନ କୁହୁଡ଼ି ଦୃଶ୍ୟମାନ କ୍ଷମତା ହ୍ରାସ କରିଥିଲା। ଯାହା ଫଳରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ କରିପାରିନଥିଲା। କୋଲକାତା ବିମାନବନ୍ଦରକୁ ଫେରିବା ପୂର୍ବରୁ ହେଲିପ୍ୟାଡ ଉପରେ କିଛି ସମୟ ପାଇଁ ମଧ୍ୟ ଘୂରି ବୁଲୁଥିଲା।
ଯାହାଫଳରେ ପ୍ରଧାନମନ୍ତ୍ରୀ ଏବେ ବିମାନବନ୍ଦରରୁ ଏକ ଭର୍ଚୁଆଲ୍ ସମ୍ବୋଧନ କରୁଛନ୍ତି। ଭର୍ଚୁଆଲ୍ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସାହିତ୍ୟିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବନ୍ଦେ ମାତରମ୍ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଘର୍ଷର ମନ୍ତ୍ର ଥିଲା। ତେବେ ବନ୍ଦେ ମାତରମ୍ ରାଷ୍ଟ୍ର ନିର୍ମାଣର ମନ୍ତ୍ର ହେବା ଉଚିତ।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୋଲକାତା ବିମାନବନ୍ଦରରେ ଅପେକ୍ଷା କରିଥିଲେ ଦଳୀୟ ନେତା ଓ କର୍ମୀ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟକ ଲୋକ ତାହେରପୁର ହେଲିପ୍ୟାଡ ନିକଟରେ ପୂର୍ବରୁ ଏକତ୍ରିତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ସକାଳ ପ୍ରାୟ ୧୦:୪୦ ସମୟରେ ତାହେରପୁରରେ ଏକ ସଡ଼କ ଏବଂ ରାଜପଥ ପ୍ରକଳ୍ପର ଉଦଘାଟନ କରିବା ପାଇଁ କୋଲକାତାରେ ପହଞ୍ଚିଥିଲେ। ଏହାପରେ ତାଙ୍କର ବିଜେପିର ପରିବର୍ତ୍ତନ ସଂକଳ୍ପ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା।