Latest Odisha News

BREAKING NEWS

କେନ୍ଦ୍ରରେ କଂଗ୍ରେସ ସରକାର ଆସିବା କ୍ଷଣି ମୋଦୀଙ୍କୁ ଜୀବନରୁ ମାରିଦେବି, ଖଣ୍ଡା ଧରି ମୋଦୀଙ୍କୁ ଧମକ ଦେଲେ ଯୁବକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ମହମ୍ମଦ ରସୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିବା ଏକ ଭିଡିଓ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଯେଉଁଥିରେ ସେ ଏକ ଖଣ୍ଡା ଧରିଥିବାର ନଜର ଆସିଛନ୍ତି । ଖଣ୍ଡା ଧରି ସେ କହିଛନ୍ତି ଯେ, ଯଦି କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାକୁ ଆସନ୍ତି ତେବେ ସେ ପିଏମ ମୋଦୀଙ୍କୁ ହତ୍ୟା କରିବେ । ଏହି ମାମଲାରେ ମହମ୍ମଦ ରସୁଲଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି ।

ପୋଲିସର ସୂଚନାନୁସାରେ ଅଭିଯୁକ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଆଇପିସି ଧାରା ୫୦୫ (୧) (ଖ) ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ସୁରପୁର ପୋଲିସ ଅଭିଯୁକ୍ତକୁ ଖୋଜୁଛି । ଏନେଇ ହାଇଦ୍ରାବାଦ ସମେତ ଅନେକ ଅଞ୍ଚଳରେ ଚଢାଉ ଜାରି ରହିଛି । ମହମ୍ମଦ ରସୁଲଙ୍କ ଫେସବୁକ ଆକାଉଣ୍ଟରୁ ତାଙ୍କର ଠିକଣା ଜଣାପଡିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅନେକ ବିବାଦୀୟ ତଥା ଅପମାନସୂଚକ ଟିପ୍ପଣୀ ଆସିଛି। ଏନେଇ ବିଭିନ୍ନ ଥାନା ତଥା କୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ହତ୍ୟା ଧମକ ମିଳିଥିବାରୁ ଏହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି।

 

Leave A Reply

Your email address will not be published.