Latest Odisha News

BREAKING NEWS

ଭାରତୀୟ ହକି ଟିମର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କ୍ୟାପଟେନ୍ ମନପ୍ରୀତଙ୍କ ସହ କଥା ହେଲେ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ହକିରେ ଭାରତ ସ୍ୱର୍ଣ୍ଣିମ ସଫଳତା ଦୋହରାଇ ପାରିଲା ନାହିଁ । କିନ୍ତୁ ସେମିଫାଇନାଲରେ ବେଲଜିୟମ୍ ବିପକ୍ଷ ମ୍ୟାଚରେ କଡ଼ା ମୁକାବିଲା କରି ହାରି ଗଲା । ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଛି ଟିମ୍ ଇଣ୍ଡିଆ । ହାରିବା ପରେ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହାର ଜିତ୍ ଜୀବନର ଗୋଟିଏ ଗୋଟିଏ ପାର୍ଶ୍ୱ । ଆମର ପୁରୁଷ ହକି ଟିମ୍ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି ।

ଏଥିସହ କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ସହ କଥା ବି ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ମ୍ୟାଚ୍ ପାଇଁ ମନୋବଳ ଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗାମୀ ମ୍ୟାଚ୍ ଓ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି  । ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜିର ସେମିଫାଇନାଲ୍ ମ୍ୟାଚ୍ ଟିଭିରେ ଦେଖୁଥିବା ନେଇ ଟ୍ୱିଟ୍ ବି କରିଥିଲେ ।

Leave A Reply

Your email address will not be published.