Latest Odisha News

BREAKING NEWS

ଆମେରିକାରେ ମୋଦୀ; ଆଜି ଟ୍ରମ୍ପଙ୍କ ସହ କରିପାରନ୍ତି ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା !

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଆଜି ହେଉଛି ୪ର୍ଥ ଦିନ । ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ନେଇ ଆଲୋଚନା ହେବ । ଏହାସହ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଥିବା ଏଥିରେ ପ୍ରକାଶ ହୋଇଛି ।

ଏହା ପୂର୍ବରୁ ହାଉଡି ମୋଦି କାର୍ଯ୍ୟକ୍ରମରେ ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଆହୁରି ମଧ୍ୟ ଅକ୍ଟୋବରରେ ଟ୍ରମ୍ପଙ୍କୁ ଭାରତ ଆସିବାକୁ ମୋଦୀ ଆମନ୍ତ୍ରଣ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.