Latest Odisha News

BREAKING NEWS

ମାର୍ଚ୍ଚ ପ୍ରଥମ ସପ୍ତାହରୁ +୨ ଥିଓରୀ ପରୀକ୍ଷା ଆରମ୍ଭ !

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଏକ୍ସଲେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ବାର୍ଷିକ ଯୁକ୍ତ ୨ ପ୍ରାକ୍ଟିକାଲ୍ ଓ ଥିଓରୀ ପରୀକ୍ଷାର ସମୟ ସୂଚୀ ମଙ୍ଗଳବାର ଦିନ ଘୋଷଣା କରାଯାଇଛି ।

ଜାରି ବିଜ୍ଞପ୍ତି ଅନୁଯାୟୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଥିଓରୀ ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୧୫ ତାରିଖରୁ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ ।

ଆହୁରି ମଧ୍ୟ ଯେଉଁ ଛାତ୍ରଛାତ୍ରୀମାନେ ୨୦୧୫ରେ ନାମ ପଞ୍ଜିକରଣ ଏବଂ ୨୦୧୭ରେ ଫାଇନାଲ୍ ପରୀକ୍ଷା ଦେଇଥିଲେ, ସେମାନେ ଆସନ୍ତା ବର୍ଷ ପୁରୁଣା ସିଲାବସ୍ ଅନୁଯାୟୀ ବାର୍ଷିକ ପରୀକ୍ଷା ଦେବେ । ସେହିପରି ଯେଉଁ ଛାତ୍ରଛାତ୍ରୀମାନେ ୨୦୧୬ ଓ ୧୭ରେ ନାମ ପଞ୍ଜିକରଣ ଏବଂ ୨୦୧୮ ଓ ୧୯ରେ ଫାଇନାଲ୍ ପରୀକ୍ଷା ଦେଇଥିଲେ, ସେହି ଛାତ୍ରଛାତ୍ରୀମାନେ ଆସନ୍ତା ବର୍ଷ ନୂତନ ସିଲାବସ୍ ଅନୁଯାୟୀ ବାର୍ଷିକ ପରୀକ୍ଷା ଦେବେ ।

ଆସନ୍ତା ୨୪ ତାରିଖ ଠାରୁ ୩୦ ମଧ୍ୟରେ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ଏବଂ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ମଧ୍ୟରେ ବିନା ଫାଇନରେ ଫି’ ଦାଖଲ କରିପାରିବେ । ଅପରପକ୍ଷରେ ଅକ୍ଟୋବର ୧୪ରୁ ୧୮ ତାରିଖ ମଧ୍ୟରେ ୫୦ ଟଙ୍କା ଜୋରିମାନା ଦେଇ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ।

ସେହିପରି ଅକ୍ଟୋବର ୧୯ରୁ ୨୨ ତାରିଖ ମଧ୍ୟରେ ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ୍ କରିବେ, ସେମାନଙ୍କୁ ୩୫୦ ଟଙ୍କା ଫାଇନ୍ ଦେବାକୁ ପଡିବ ବୋଲି ବିଜ୍ଞପ୍ତି ଜଣାପଡିଛି ।

ପରୀକ୍ଷାର୍ଥୀମାନେ ଅଧିକ ବିବରଣୀ ଲାଗି ସିଏଚଏସଇର ଅଫିସିଆଲ୍ ୱେବସାଇଟରେ www.chseodisha.nic.in ଚେକ୍ କରିପାରିବେ ।

Leave A Reply

Your email address will not be published.