Latest Odisha News

BREAKING NEWS

ଆଜି FICCIର ୯୩ ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ FICCI ର ୯୩ ତମ ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଚଳିତ ବର୍ଷର ବାର୍ଷିକ ସମ୍ମିଳନୀର ବିଷୟବସ୍ତୁ ହେଉଛି “ପ୍ରେରିତ ଭାରତ”। ପ୍ରଧାନମନ୍ତ୍ରୀ FICCI ର ବାର୍ଷିକ ଭର୍ଚୁଆଲ୍ ଏକ୍ସପୋ ୨୦୨୦କୁ ମଧ୍ୟ ଉଦ୍‌ଘାଟନ କରିବେ। FICCI ର ବାର୍ଷିକ ସମ୍ମିଳନୀ ୧୧, ୧୨ ଏବଂ ୧୪ ଡିସେମ୍ବର ୨୦୨୦ ରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘FICCI ର ୯୩ ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଁ ବହୁତ ଖୁସି। ଆଜି ଆମେ ଭାରତୀୟ ଅର୍ଥନୀତି ସହ ଜଡିତ ଅନେକ ବିଷୟ ଏବଂ ଭାରତର ବିକାଶ କିପରି ଗରିବ ତଥା ଅନ୍ୟ ବର୍ଗର ଲୋକଙ୍କୁ ଉପକୃତ କରୁଛି ସେ ବିଷୟରେ ଆଲୋଚନା କରାଯିବ।

Comments are closed.