Latest Odisha News

BREAKING NEWS

ଲାଗୁ ହେବ ପିଏମ୍‌-ରାହତ ଯୋଜନା; ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଦେବେ ଏତିକି ଟଙ୍କା…

ଭୁବନେଶ୍ବର: ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ଆହତ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦିଆଯିବ । ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଏହି ଚିକିତ୍ସା ଯୋଗାଇ ଦିଆଯିବ । ପିଏମ୍-ରାହତ ଯୋଜନାରେ ଏହି ସୁବିଧା ମିଳୁଥିବାବେଳେ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହା ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ।

ନୂଆଦିଲ୍ଲୀରେ ଅନୁଷ୍ଠିତ ପରିବହନ ବିକାଶ ପରିଷଦ ବୈଠକରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ଉଷା ପାଢୀ । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମତୀ ପାଢ଼ୀ ଓଡ଼ିଶାର ସାମଗ୍ରିକ ପରିବହନ ଓ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ଉପସ୍ଥାପନ କରିଥିଲେ । ସଡ଼କ ସୁରକ୍ଷା, ଡିଜିଟାଲ୍‌ ପରିବହନ ଶାସନ, ଚାଳକ ପ୍ରଶିକ୍ଷଣ ଓ ପ୍ରଯୁକ୍ତିଭିତ୍ତିକ ପ୍ରବର୍ତ୍ତନ କ୍ଷେତ୍ରରେ ରାଜ୍ୟର ଅଗ୍ରଣୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ ।

ପୋଲିସ, ସ୍ୱାସ୍ଥ୍ୟ ଓ ପରିବହନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଇ-ଡାର୍ ଏବଂ ସିସିଟିଏନଏସ୍‌ ର ଦ୍ୱିମୁଖୀ ଏକୀକରଣ ହାସଲ କରିବାରେ ଓଡ଼ିଶା କିପରି ଦେଶର ପ୍ରଥମ ରାଜ୍ୟ ହୋଇଛି ସେ ନେଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.