Latest Odisha News

BREAKING NEWS

ୱାରଙ୍ଗାଲରେ ଗୋଟିଏ କୂଅରୁ ମିଳିଲାଣି ୯ ଶବ : ପୋଲିସର ତଦନ୍ତ ଜାରି

ହାଇଦ୍ରାବାଦ: ତେଲେଙ୍ଗାନାର ୱାରଙ୍ଗାଲ ଅଂଚଳର ଏକ କୂଅ ମଧ୍ୟରୁ ରହସ୍ୟମୟ ଢ଼ଙ୍ଗରେ ଗୋଟିଏ ପରେ ଗୋଟିଏ ଶବ ମିଳୁଛି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୯ ଶବ ମିଳିସାରିଛି । ଗୁରୁବାର ୪ଟି ଶବ ମିଳିଥିବରା ବେଳେ ଶନିବାର ଆଉ ୫ଟି ମିଳିଛି । ପ୍ରାରମ୍ଭିକ ରିପୋର୍ଟରେ ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ୨୦ ବର୍ଷ ତଳେ ମକସୁଦ ନାମକ ବ୍ୟକ୍ତି ଏଠାରେ ଥିବା ଝୋଟ କଳରେ କାମ କରିବାକୁ ଆସିଥିଲା । ସେବେଠାରୁ ସେ ଏଠାରେ ତାର ପରିବାର ସହିତ ରହି ଅସୁଥିଲା । ମିଳିଥିବା ୯ ଶବରୁ ୬ଜଣ ମକସୁଦ ପରିବାରର ।

ତେବେ ପୋଲିସ ଏହାକୁ ସମୂହ ଆତ୍ମହତ୍ୟା ଘଟଣା ବୋଲି ମାନିବାକୁ ରାଜି ନୁହେଁ । କାରଣ ଏଥିରୁ ଅନ୍ୟ ୩ଟି ଶବ ମଧ୍ୟ ମିଳିଛି । ସମସ୍ତ ଘଟଣା ଲକଡାଉନ ଲାଗୁ ହେବା ପରେ ଘଟିଛି । ଝୋଟ କମ୍ପାନୀ ମାଲିକ ଏସ.ଭାସ୍କର ଗୁରୁବାର ଏଠାରେ ପହଂଚିବା ପରେ କାହାକୁ ପାଇ ନ ଥିଲା । ଫଳରେ ଥାନାରେ ରିପୋର୍ଟ ଲେଖିଥିଲେ । ପୋଲିସ ଯାଂଚ ପରେ ଘଟଣା ସମ୍ମୁଖକୁ ଆସିଛି । ଭାସ୍କରଙ୍କ ମତରେ ମକସୁଦ ପରିବାର ନିକଟରେ ଚଳିବା ପାଇଁ ସମସ୍ତ ସାମଗ୍ରୀ ଥିଲା । ଏହା ଅନ୍ୟ କେଉଁ କାରଣ ଯୋଗୁ ଘଟିଛି ।

Leave A Reply

Your email address will not be published.