Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ନିଜର କ୍ଷମତା ହସ୍ତାନ୍ତର କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖୁବ୍ ଶୀଘ୍ର ପାକିସ୍ତାନ ଶାସନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜର କାର୍ଯ୍ୟଭାର ଅନ୍ୟ ସଦସ୍ୟଙ୍କୁ ଦେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଶେହବାଜ ସରିଫଙ୍କ ଏହି ବୟାନ ପରେ ପାକିସ୍ତାନରେ ଏକ ନୂଆ ଆଲୋଡ଼ନ ସୃଷ୍ଟି ହୋଇଛି। କିନ୍ତୁ ଶେହବାଜ ସରିଫ କାହିଁକି ଏବଂ କାହାକୁ କ୍ଷମତା ଦାୟିତ୍ୱ ହସ୍ତାନ୍ତର କରିବାକୁ ଯାଉଛନ୍ତି ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାକିସ୍ତାନରେ ବର୍ତ୍ତମାନର ଶେହବାଜ ସରିଫ ସରକାରଙ୍କ କାର୍ଯ୍ୟକାଳ ଅଗଷ୍ଟରେ ଶେଷ ହେବାକୁ ଯାଉଛି। କିନ୍ତୁ ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାକୁ ନେଇ ଆନ୍ଦୋଳନ କରିଥିଲେ। ଅଗଷ୍ଟ ପୂର୍ବରୁ ନିର୍ବାଚନ କରିବାକୁ ଦାବି କରାଯାଇଥିଲା କିନ୍ତୁ ଅକ୍ଟୋବରରେ ଶେହବାଜ ସରିଫ ନିର୍ବାଚନ କରିବାକୁ ଚାହୁଁଛନ୍ତି ବୋଲି ଏହି ମାମଲା ପାକିସ୍ତାନର ସୁପ୍ରିମକୋର୍ଟକୁ ପହଞ୍ଚିଥିଲା। ଠିକ୍ ସମୟରେ ପାକିସ୍ତାନରେ ନିର୍ବାଚନ କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ଶେହବାଜ ସରିଫ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଉତ୍ତରରେ ସରକାର କହିଥିଲେ ଯେ ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏବଂ ନିର୍ବାଚନ କରିବାକୁ ଟଙ୍କା ନାହିଁ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଦିନ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ ସାଧାରଣ ନିର୍ବାଚନ ପାଇଁ ତାଙ୍କ ସରକାର ଅଗଷ୍ଟରେ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥାରେ ଶାସନ ବ୍ୟବସ୍ଥାର ହସ୍ତାନ୍ତର କରିବେ। ଦେଶକୁ ଏକ ଟେଲିଭିଜନ ସମ୍ବୋଧନରେ ଶେହବାଜ ସରିଫ କହିଛନ୍ତି ଯେ ତାଙ୍କ ସରକାର ପାକିସ୍ତାନର ସ୍ୱାର୍ଥ ଦୃଷ୍ଟିରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦ୍ୱାରା ବିସ୍ତାରିତ କୁଟନୀତିକୁ ସଫା କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଦଳର ଅଧ୍ୟକ୍ଷ ଶେହବାଜ ସରିଫ ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ମଧ୍ୟବର୍ତ୍ତୀ ସରକାର ତଥା ନିର୍ବାଚନ ମାର୍ଗ ଖୋଲିବା ପାଇଁ ସଂସଦ ଅଗଷ୍ଟ ୧୪ ରେ କାର୍ଯ୍ୟ ସମାପ୍ତ କରିବ।

Leave A Reply

Your email address will not be published.