Latest Odisha News

BREAKING NEWS

ଗାଭାସ୍କରଙ୍କ ବଡ ବୟାନ: ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ବି ଟିମ ଇଣ୍ଡିଆ ମ୍ୟାଚ ଜିତି ପାରିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଅବସର ନେବା ପରେ ସର୍ବଦା ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଭାରତୀୟ କ୍ରିକେଟ ଏବଂ ଷ୍ଟାର କଲଚରକୁ ସେ ସର୍ବଦା ଟାର୍ଗେଟ କରି ଆସିଛନ୍ତି । ଏବେ ଏକ ସାକ୍ଷାତକାରରେ ସେ କହିଛନ୍ତି, କୌଣସି ବଡ ଖେଳାଳି ଭୁଲରେ ବି ଚିନ୍ତା ନ କରୁ ଯେ ତାଙ୍କ ବିନା ଭାରତ ମ୍ୟାଚ ଜିତିପାରିବ ନାହିଁ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ସିରିଜ ଏହାର ଜ୍ୱଳନ୍ତ ଉଦାହରଣ । ସେ ପରୋକ୍ଷରେ ବିରାଟ କୋହଲିଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି । ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୋହଲି ଜାନୁୟାରୀରେ ଆଫଗାନିସ୍ତାନ ମ୍ୟାଚ ପରେ ଆଉ କୌଣସି ମୁକାବିଲାରେ ଖେଳି ନାହାନ୍ତି । ଏବେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ପତ୍ନୀ ଅନୁଷ୍କା ଗର୍ଭବତୀ ଥିବା ଯୋଗୁ ଓହରି ଯାଇଥିଲା । ଅନୁଷ୍କା ଏବେ ଅକାୟ ନାମକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । କୋହଲି ଆଇପିଏଲ ମାଧ୍ୟମରେ କ୍ରିକେଟକୁ ଫେରିବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.